ଦୈନିକ ତେଲ ଦର ସଂଶୋଧନ ବ୍ୟବସ୍ଥା ବଦଳିବନି

ଦହେଜ୍‌ (ଗୁଜରାଟ): ଦେଶରେ ଦୈନିକ ତେଲ ଦର ସଂଶୋଧନ ବ୍ୟବସ୍ଥା ଲାଗୁ ହୋଇଛି। ଫଳରେ ପ୍ରତିଦିନ ପେଟ୍ରୋଲ୍‌ ଓ ଡିଜେଲ୍‌ର ଦର ବଦଳୁଛି। ତେଲ ଦରରେ ଆକାଶଛୁଆଁ ବୃଦ୍ଧି ହେବା ପରେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ ବୋଲି ଆଲୋଚନା ହେଉଥିଲା। ଦୈନିକ ଦର ସଂଶୋଧନ ବ୍ୟବସ୍ଥାକୁ ବଦଳାଇବାର ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ କରିଛନ୍ତି। ଦର ବୃଦ୍ଧିର ପ୍ରଭାବକୁ ରୋକିବା ପାଇଁ ସରକାର ଏକ ଦୀର୍ଘମିଆଦୀ ଯୋଜନା ଲାଗୁ କରିବା ଉପରେ କାମ କରୁଥିବା ସେ କହିଛନ୍ତି। ଏଥିସହିତ ତେଲ ଉପରେ ଟିକସ ଲାଗୁ କରିବା ବେଳେ ରାଜ୍ୟଗୁଡ଼ିକର ଅଧିକ ଦାୟିତ୍ୱବାନ ହେବା ଦରକାର ବୋଲି ସେ କହିଛନ୍ତି। ରୁଷିଆରୁ ପ୍ରଥମ ଥର ଏଲ୍‌ଏନଜି ଆମଦାନି ଆରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି।

ସମ୍ବନ୍ଧିତ ଖବର