ଭୁବନେଶ୍ବର: ଓଡ଼ିଶାରେ ବର୍ତ୍ତମାନ ତେଲ ଏବଂ ଡାଲି ଦର ବଢ଼ିଯାଇଛି। ଏଥିପାଇଁ ବ୍ୟବସାୟୀମାନଙ୍କ କଳାବଜାରୀକୁ ଦାୟୀ କରାଯାଉଛି। ତେବେ ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି, ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ଅଭାବ ନାହିଁ। ଯଥେଷ୍ଟ ପରିମାଣର ସାମଗ୍ରୀ ମହଜୁଦ ଅଛି। ଡାଲି, ତେଲ ଭଳି ଅଧିକାଂଶ ସାମଗ୍ରୀ ରାଜ୍ୟ ବାହାରୁ ଆସି ରାଜ୍ୟରେ ବିକ୍ରି ହେଉଥିଲେ ମଧ୍ୟ ଦେଶର ଅନ୍ୟାନ୍ୟ ରାଜ୍ୟ ସହ ତୁଳନା କଲେ ଓଡ଼ିଶାରେ ଖାଉଟି ସାମଗ୍ରୀର ଦର ଦେଶର ଦ୍ବିତୀୟ ସର୍ବନିମ୍ନ ବୋଲି ଶ୍ରୀ ପଣ୍ଡା କହିଛନ୍ତି। କିନ୍ତୁ ଏବେ ତେଲ ଏବଂ ଡାଲିରେ ଯେଉଁ ଦର ବୃଦ୍ଧି ଘଟିଛି ତାହା ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହେବା କାରଣରୁ ହୋଇଛି। ଭାରତ ଏହାର ଚାହିଦା ପୂରଣ ପାଇଁ ଅଧିକାଂଶ ଡାଲି ଏବଂ ତେଲ ବିଦେଶରୁ ଆମଦାନି କରିଥାଏ। ତେବେ ଇତିମଧ୍ୟରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ପାଖାପାଖି ୭ ଟଙ୍କା ହ୍ରାସ ପାଇଛି। ୧ ଡଲାର ମୂଲ୍ୟ କିଛିଦିନ ପୂର୍ବେ ପାଖାପାଖି ୭୦ ଟଙ୍କା ଥିବାବେଳେ ଏବେ ଏହା ୭୭ ଟଙ୍କାରେ ପହଞ୍ଚିଲାଣି। ତେଣୁ ଏସବୁ ସାମଗ୍ରୀର ଦର ବୃଦ୍ଧି ପାଇଛି। ଟଙ୍କାର ବିନିମୟ ମୂଲ୍ୟ ପୁଣି ପୂର୍ବସ୍ତରକୁ ଫେରିଲେ ଡାଲି ଓ ତେଲ ଦରରେ ଦେଖାଦେଇଥିବା ବୃଦ୍ଧି ହ୍ରାସ ପାଇବ ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି।
ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ଯୋଗୁ ଡାଲି, ତେଲ ଦର ବଢ଼ିଛି
/sambad/media/post_attachments/wp-content/uploads/2020/04/fhf7hsfh7fs98h7f9s8h7f98sh7fs89h7sf8h97sf9h7sf98h7sf98h7fh654h6fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)