ଡାଲମିଆ ଭାରତ-ଏଫ୍ଏଲ୍‌ସ୍ମିଥ୍ ଏମ୍‌ଓୟୁ

କୋପେନହାଜେନ: ଅଗ୍ରଣୀ ସିମେଣ୍ଟ୍ ନିର୍ମାତା ଡାଲମିଆ ସିମେଣ୍ଟ୍ (ଭାରତ) ଲିମିଟେଡ୍ ଓ ବିଶ୍ବର ଅଗ୍ରଣୀ ଇଞ୍ଜିନିୟରିଂ, ଉପକରଣ ଓ ସେବା ସମାଧାନ ପ୍ରଦାନକାରୀ ସଂସ୍ଥା ଏଫ୍ଏଲ୍‌ସ୍ମିଥ୍‌ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଉଭୟ ସଂସ୍ଥା ମିଳିତ ଭାବେ ସିମେଣ୍ଟ୍‌ ଉତ୍ପାଦନ ‌ଲାଗି ପରବର୍ତି ପିଢ଼ିର ସମାଧାନ ଉପରେ ଗବେଷଣା ଓ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବେ। ଭାରତ ଓ ଡେନ୍‌ମାର୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ‘ସବୁଜ ଗୁରୁତ୍ବପୂର୍ଣ୍ଣ ସହଯୋଗିତା’ର ଏହା ହେଉଛି ଏକ ଅଂଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନି ୟୁରୋପୀୟ ରାଷ୍ଟ୍ର ପରିଦର୍ଶନ ପାଇଁ ରହିଥିବା କାର୍ଯ୍ୟକ୍ରମର ଏହା ଥିଲା ଏକ ପ୍ରମୁଖ ଅଂଶ। ଏ ସମ୍ପର୍କରେ ଡାଲମିଆ ସିମେଣ୍ଟ୍‌ର ଏମ୍‌ଡି ଓ ସିଇଓ ମହେନ୍ଦ୍ର ସିଂଘି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହତ୍ବକାଂକ୍ଷୀ ନେଟ୍ ଜିରୋ ଲକ୍ଷ୍ୟ ଓ ଆମ ସଂସ୍ଥାର ଦୃଢ଼ତାକୁ ନେଇ ଏହି ସହଯୋଗିତା ସିମେଣ୍ଟ୍ ଶିଳ୍ପକୁ ସ୍ବଚ୍ଛ ଓ ସବୁଜ କରିବା ଲାଗି ସମାଧାନ ପ୍ରଦାନ କରିବ। ଏଫ୍ଏଲ୍‌ସ୍ମିଥ୍‌ର ସଭାପତି କାର୍ଷ୍ଟେନ୍ ରିସ୍‌ବର୍ଗ କହିଛନ୍ତି ଯେ ଡାଲମିଆ ସିମେଣ୍ଟ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ।

ସମ୍ବନ୍ଧିତ ଖବର