ଉତ୍ପାଦନ ବନ୍ଦ କଲା ଡାଲମିଆ ଭାରତ

ଭୁବନେଶ୍ବର: ଲକ୍ ଡାଉନ୍‌କୁ ଦୃ‌‌‌ଷ୍ଟିରେ ରଖି ଡାଲମିଆ ଭାରତ (ସିମେଣ୍ଟ୍‌) ଲିମିଟେଡ୍ ତରଫରୁ ସାରା ଦେଶରେ ଥିବା ୧୨ଟି କାରଖାନାରେ ସିମେଣ୍ଟ୍‌ ଉତ୍ପାଦନକୁ ବନ୍ଦ କରିଦିଆଯାଇଛି। ଏହି ସବୁ କାରଖାନରେ ବାର୍ଷିକ ୨୬.୫ ନିୟୁତ ଟନ୍ ସିମେଣ୍ଟ୍‌ ଉତ୍ପାଦନ କରିବାର କ୍ଷମତା ରହିଛି। କଂପାନିର ଏମ୍‌ଡି ଓ ସିଇଓ ମହେନ୍ଦ୍ର ସିଂଘି କହିଛନ୍ତି ଯେ, ସାମାଜିକ ଦୂରତ୍ବ ବଜାୟ ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ବାନକୁ ଦୃଷ୍ଟିରେ ରଖି ଆମେ ଆମର ସବୁ କାରଖାନାରେ ଉତ୍ପାଦନକୁ ବନ୍ଦ କରିଛୁ। ଏହି ସଙ୍କଟମୟ ସମୟରେ କଂପାନି ତରଫରୁ କର୍ମଚାରୀ ଏବଂ କାରଖାନା ଆଖପାଖରେ ଥିବା ଅଞ୍ଚଳଗୁଡ଼ିକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ସରକାରଙ୍କ ଠାରୁ ପରବର୍ତ୍ତୀ ନିର୍ଦେଶ ମିଳିବା ପରେ କାରଖାନାଗୁଡ଼ିକରେ ଉତ୍ପାଦନ ପୁଣି ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର