ଦାମ୍‌ରୋ ଫର୍ଣ୍ଣିଚରର ଡିଲର ସମ୍ମିଳନୀ

କୋଲକାତା: ଫର୍ଣ୍ଣିଚର ନିର୍ମାତା ଦାମ୍‌ରୋ ଇଣ୍ଡିଆର ବାର୍ଷିକ ଡିଲର ସମ୍ମିଳନୀ ଶ୍ରୀଲଙ୍କାର କଲମ୍ବୋସ୍ଥିତ ହୋଟେଲ ମାରିନୋ ବିଚ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜ୍ୟର ଡିଲରଙ୍କ ସମେତ ଫ୍ରାଞ୍ଚା‌ଇଜ୍ ପାର୍ଟନର ଓ କମ୍ପାନିର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ପରସ୍ପର ମଧ୍ୟରେ ବାର୍ଷିକ ବ୍ୟବସାୟ ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ସଦସ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଥିଲା ବୋଲି ଦାମ୍‌ରୋ ଇଣ୍ଡିଆର ଏମ୍‌ଡି ଟାଇରନ୍ ଭେନିସିଅସ୍ ମତ ଦେଇଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଡିଲରମାନଙ୍କ ପାଇଁ ଟୁର୍‌ର ଆୟୋଜନ କରାଯାଇଥିଲା। ବ୍ୟବସାୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ବ୍ୟବସାୟୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡିଲର ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ହୋଟେଲଟି ମଧ୍ୟ ଦାମ୍‌ରୋ ଗ୍ରୁପ୍‌ର ମାଲିକାନାରେ ପରିଚାଳିତ ହେଉଛି।

ସମ୍ବନ୍ଧିତ ଖବର