ଭୁବନେଶ୍ବର: ଅଲ୍ଟ୍ରାଭାୟୋଲେଟି ପକ୍ଷରୁ ନୂଆ ଇଲେକ୍ଟ୍ରିକ୍ ସ୍କୁଟର ‘ଟେରାସେକ୍ଟ’ ଓ ମୋଟରସାଇକଲ୍ ‘ସକ୍ୱେଭ୍’କୁ ଉନ୍ମୋଚନ କରାଯାଇଛି। କମ୍ପାନିର ସହ ପ୍ରତିଷ୍ଠାତା ଓ ସିଇଓ ନାରାୟଣ ସୁବ୍ରମଣ୍ୟମ ଓ ସିଟିଓ ନିରଜ ରାଜମୋହନ ନୂଆ ଗାଡ଼ିକୁ ଉନ୍ମୋଚନ କରିଛନ୍ତି। ଟେରାସେକ୍ଟ ହେଉଛି ବିଶ୍ବର ପ୍ରଥମ ରାଡାର୍ ସମନ୍ବିତ ଇଲେକ୍ଟ୍ରି୍କ ସ୍କୁଟର। ସେଥିରେ ଡ୍ୟାସ୍କ୍ୟାମ୍, ଓମ୍ନିସେନ୍ସ ମିରର୍, ବ୍ଲାଇଣ୍ଡ୍ସ୍ପଟ୍ ଚିହ୍ନଟ ସୁବିଧା, ଲେନ୍ ପରିବର୍ତ୍ତନ, ଅନ୍ୟ ଗାଡ଼ିକୁ ଅତିକ୍ରମ କରିବା ବେଳେ ସହାୟତା ଓ ଦୁର୍ଘଟଣା ଆଲର୍ଟ ଓ ଏକ ୭ ଇଞ୍ଚ ଟିଏଫ୍ଟି ଡିସ୍ପ୍ଲେ ଭଳି ସୁବିଧା ରହିଛି।
ଏହାର ଦାମ୍ ୧,୪୫,୦୦୦ ଟଙ୍କା ରହିଛି। ସେହିପରି, ସକ୍ୱେଭ୍ ମୋଟରସାଇକଲ୍ର ସର୍ବାଧିକ ବେଗ ୧୫୫ କେପିଏଚ୍ ରହିଛି। ସେଥିରେ ଡୁଆଲ୍ ଚ୍ୟାନେଲ୍ ଏବିଏସ୍ ଓ ସ୍ଥିରତା ନିୟନ୍ତ୍ରଣ ଭଳି ସୁବିଧା ରହିଛି। ଏହାର ଦାମ୍ ୧,୭୫,୦୦୦ ଟଙ୍କା ରଖାଯାଇଛି। କମ୍ପାନି ପକ୍ଷରୁ ଏଫ୍୭୭ ଏମ୍ଏସିଏଚ୍-୨ ଓ ଏଫ୍୭୭ ସୁପର୍ଷ୍ଟ୍ରିଟ୍କୁ ମଧ୍ୟ ଉନ୍ମୋଚନ କରାଯାଇଛି। ତାହାର ଦାମ୍ ୨,୯୯,୦୦୦ ଟଙ୍କା ରହିଛି। ସମସ୍ତ ଗାଡ଼ିର ବୁକିଂ ଗ୍ରହଣ କରାଯାଉଛି। ୨୦୨୬ ଜାନୁଆରି ସୁଦ୍ଧା ଗାଡ଼ି ଡେଲିଭରି ଆରମ୍ଭ ହେବ।