ବିମୁଦ୍ରାୟନ ପରେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ସଂପର୍କିତ ତଥ୍ୟ ପ୍ରକାଶ କରାଯିବା ଉଚିତ : କେନ୍ଦୀୟ ସୂଚନା କମିସନ

ନୂଆଦିଲ୍ଲୀ: ବିମୁଦ୍ରାୟନ ପରେ ଛପାଯାଇଥିବା ୨,୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ କିପରି ଦେଶର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇବ ତାହା ବୁଝାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ନୋଟ୍‌ ଛପାଉଥିବା ସହଯୋଗୀ ସଂସ୍ଥାଗୁଡ଼ିକ ବିଫଳ ହେବା ପରେ ଏ ସଂପର୍କରେ ତଥ୍ୟା ପ୍ରଦାନ କରିବା ପାଇଁ କେନ୍ଦୀୟ ସୂଚନା କମିସନ(ସିଆଇସି) ନିର୍ଦ୍ଦେଶ ଦେଇଛନ୍ତି । ଏ .ନେଇ ଦାୟର ଏକ ମାମଲାର ଶୁଣାଣି କରି  ସୂଚନା କମିସନର୍‌ ସୁଧୀର ଭାର୍ଗବ ଉପରୋକ୍ତ ରାୟ ଦେଇଛନ୍ତି।

ନୋଟ୍‌ ଛାପୁଥିବା  ଆର୍‌ବିଆଇର ଅନ୍ୟତମ  ସହଯୋଗୀ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ନୋଟ୍‌ ମୁଦ୍ରଣ (ପି) ଲିମିଟେଡ୍‌ ପକ୍ଷରୁ କୁହାଯାଇଛି ଯେ ‘ନୋଟ୍‌ ଛାପିବା କିମ୍ବା ନୋଟ୍‌ ଛପା ସଂପର୍କିତ କୌଣସି ବି କାର୍ଯ୍ୟକୁ ସର୍ବସାଧାରଣରେ ପ୍ରକାଶ କରାଯାଇ ପାରିବ ନାହିଁ। ’’ ଆହୁରି ବି କୁହାଯାଇଛି ଯେ ତଥ୍ୟ ପ୍ରଘଟ ନକଲି ନୋଟ୍‌ ଓ ଆର୍ଥିକ ଅରାଜକତାର ଫଳାଫଳର କାରଣ ହୋଇପାରେ।

ଉଲ୍ଲେଖଯୋଗ୍ୟ, ୨୦୧୬ ମସିହା ନଭେମ୍ବର ୮ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ। ଏହି ଦୁଇଟି ନୋଟ୍‌ର ମୂଲ୍ୟକୁ ସଙ୍ଗେ ସଙ୍ଗେ ଆଇନ୍‌ ମୁତାବକ ଶୂନ୍ୟ କରି ଦିଆଯାଇଥିଲା। ପରେ ଏହି ଦୁଇଟି ନୋଟ୍‌ର ଖାଲି ସ୍ଥାନ ପୂରା କରିବାକୁ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଛପା ଯାଇଥିଲା।

ତେବେ, ୨୦୧୬ ମସିହା ନଭେମ୍ବର ୯ ତାରିଖରୁ ନେଇ ନଭେମ୍ବର ୩୦ ତାରିଖ ଭିତରେ ସମୁଦାୟ କେବେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଛପାଯାଇଥିଲା ବୋଲି ଜାଣିବାର ଜିଜ୍ଞାସା ପ୍ରକାଶ କରି ଜଣେ ଆବେଦନକାରୀ ଆର୍‌ଟିଆଇ ମାଧ୍ୟମରେ ସନ୍ତୋଷଜନକ ଉତ୍ତର ନ ପାଇବା ପରେ ସିଆଇସିଙ୍କ ସହ ଯୋଗାଯୋଗ କରିଥିଲେ।

ସମ୍ବନ୍ଧିତ ଖବର