ଆପଣଙ୍କ ଆକାଉଣ୍ଟ ବନ୍ଦ ଥିଲେ କିମ୍ବା  ଆକାଉଣ୍ଟ ନ ଥିଲେ ମଧ୍ୟ  ବ୍ୟକ୍ତଗତ ଡ଼ାଟା ସଂଗ୍ରହ କରିନିଏ ଫେସ୍‌ବୁକ୍‌

ନ୍ୟୁୟର୍କ: ପୂର୍ବ ସପ୍ତାହରେ ସୋସିଆଲ ନେଟ୍‌ଓ୍ଵାର୍କଂ ସାଇଟ୍‌ ଫେସ୍‌ବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଆମେରିକାର ସିନେଟରେ ଉପସ୍ଥିତ ରହି ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟର ଦୁରୁପଯୋଗ କରାଯାଇଛି ବୋଲି ସ୍ୱୀକାର କରିବା ସହ ଆଗକୁ ଏପରି ହେବ ନାହିଁ ବୋଲି କହିଥିଲେ । ଏହା ସହ ଆମେରିକା,ଭାରତ,ବ୍ରାଜିଲ ବା ଅନ୍ୟ କୌଣସି ଦେଶରେ ଅବାଧ ଓ ମୁକ୍ତ ନିର୍ବାଚନକୁ ପ୍ରଭାବିତ କରିବାକୁ କୌଣସି କାର୍ଯ୍ୟ କରାଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ପୂର୍ବରୁ ଫେସ୍‌ବୁକ୍‌ ଉପରେ ବ୍ୟବହାରକାରୀଙ୍କ ଡ଼ାଟା ଲିକ୍‌କୁ ନେଇ ଅନେକ ଆରୋପ ଲାଗିସାରିଥିବା ବେଳେ ଏବେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି ।

ଯେଉଁ ବ୍ୟବହାରକାରୀଙ୍କ ଆକାଉଣ୍ଟ ଲଗ୍‌ ଆଉଟ୍‌  ଥିବ ଅଥବା ଯେଉଁମାନଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ ନାହିଁ ସେମାନଙ୍କ ଡ଼ାଟା ମଧ୍ୟ ଫେସବୁକ୍‌ ସଂଗ୍ରହ କରୁଥିଲା ବୋଲି ସୋମବାର ଫେସ୍‌ବୁକ୍‌ର ପ୍ରଡ଼କ୍ଟ ମ୍ୟାନେଜର ଡ଼ିରେକ୍ଟର ଡ଼େଭିଡ଼୍‍ ବସେର ନିଜ ବ୍ଲଗ୍‌ରେ ଲେଖି  ସ୍ୱୀକାର କରିଛନ୍ତି। ଯେତେବେଳେ ଲୋକମାନେ ଫେସ୍‌ବୁକ୍‌ ସହ ଜଡ଼ିତ କିଛି ସୋସିଆଲ ସାଇଟ୍‌ ବା ଆପ୍‌ରେ ଲଗ୍‌ ଇନ୍‌ କରନ୍ତି ସେତେବେଳେ ସେମାନଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ ଲଗ୍‌ ଆଉଟ୍‌ ଥିଲେ ମଧ୍ୟ ସେମାନଙ୍କ ଡ଼ାଟା ଲିକ୍‌ ହୋଇଯାଇଥାଏ । ଯେଉଁମାନଙ୍କର ଫେସ୍‌ବୁକ୍‌ରେ ଆକାଉଣ୍ଟ ମଧ୍ୟ ନାହିଁ ସେମାନଙ୍କର ଡ଼ାଟା ଏହି ପରି ଭାବରେ ଲିକ୍‌ ହେଉଥିଲା ବୋଲି ସେ ଲେଖିଛନ୍ତି ।

The Tribune

ଏପରି କିଛି େଓ୍ଵବ୍‌ସାଇଟ୍‌ ଏବଂ ଆପ୍‌ ଅଛି, ଯେଉଁମାନେ ଫେସ୍‌ବୁକ୍‌ର ଲାଇକ୍‌ ଏବଂ ସେୟାର ବଟନ ମାଧ୍ୟମରେ ନିଜ ସାମଗ୍ରୀକୁ ବିକ୍ରି କରିବା ପାଇଁ ଫେସ୍‌ବୁକ୍‌ ସେବାର ବ୍ୟବହାର କରିଥାନ୍ତି । ଯେତେବେଳେ ଲୋକମାନେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟ ଦ୍ୱାରା ଅନ୍ୟ େଓ୍ଵବ୍‌ସାଇଟ୍‌ରେ ଲଗ୍‌ ଇନ୍‌ କରିଥାନ୍ତି, ସେ ସମୟରେ ସେମାନଙ୍କର ସବୁ ଡ଼ାଟା ସଂଗ୍ରହ କରି ନେଇଥାଏ ଏବଂ ଏବେ ଗୁଗଲ୍‌ ଏବଂ ଟ୍ଵିଟର ମଧ୍ୟ ଏପରି କରୁଥିବା ସେ ଲେଖିଛନ୍ତି । ଏହା ସହ ଆମେ ମାନେ ବ୍ୟବହାକାରୀମାନଙ୍କର ଡ଼ାଟା ବିକ୍ରି କରିନାହୁଁ ବୋଲି ସେ ସମସ୍ତଙ୍କୁ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର