ଡାଟ୍‌ସନ୍‌ ଗୋ, ଗୋ+ର ସ୍ୱତନ୍ତ୍ର ଏଡିସନ୍‌

ଭୁବନେଶ୍ୱର: ଡାଟସନ୍‌ ଇଣ୍ଡିଆ ପକ୍ଷରୁ ଡାଟସନ୍‌ ଗୋ ଏବଂ ଗୋ +ର ସ୍ୱତନ୍ତ୍ର ଏଡିସନ୍‌କୁ ଉନ୍ମୋଚନ କରାଯାଇଛି। ଏହି ଦୁଇ କାର୍‌ର ମୂଲ୍ୟ ଯଥାକ୍ରମେ ୪,୨୧,୦୦୦ ଟଙ୍କା ଏବଂ ୪,୯୯,୦୦୦ ଟଙ୍କା ରହିଛି । ଦୁଇ ନୂଆ କାର୍‌ରେ ରହିଛଇ ନୁତନ ହୁଡ୍‌ ଏବଂ ରୁଫ୍‌ ଓ୍ଵାଇପର୍ସ, ଆକର୍ଷଣୀୟ ଭିତର ପାର୍ଶ୍ୱ ଏବଂ ଡୁଆଲ୍‌ ଟୋନ୍‌ର ସମିଶ୍ରଣ। ଦେଶର ସମସ୍ତ ନିସାନ୍‌ ଏବଂ ଡାଟସନ୍‌ ଡିଲରସିପ୍‌ରେ ଏହା ଉପଲବ୍ଧ ହେଉଛି ବୋଲି କଂପାନିର ମୁଖ୍ୟ ପରିଚାଳନା ନିର୍ଦେଶକ ଜର୍ମ ସାଇଗଟ୍‌ କହିଛନ୍ତି। ନୂଆ ଏଡିସନ୍‌ରେ ରିମୋଟ୍‌ କିଲେସ୍‌ ଏଣ୍ଟ୍ରି, ହ୍ୟାଣ୍ଡସ୍‌ଫ୍ରି ବ୍ଲୁଟୁଥ୍‌ ଅଡିଓ ଏବଂ କ୍ରୋମ୍‌ ବମ୍ପର୍‌ ବେଜେଲ୍‌ ଭଳି ବୈଶିଷ୍ଟ୍ୟ ରହିଛି।

ସମ୍ବନ୍ଧିତ ଖବର