ନାତି ଓ ନାତୁଣୀଙ୍କୁ ଅଜା ମୁକେଶ ଦେଲେ ଏଭଳି ଉପହାର

ନୂଆଦିଲ୍ଲୀ: ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ୨୦୧୮ରେ ବ୍ୟବସାୟୀ ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ। ବିବାହ ପରେ ଇଶା ଯମଜ ସନ୍ତାନକୁ ଜନ୍ମ ଦେଇଥିଲେ। ଯେଉଁଥିରେ ଜଣେ କନ୍ୟା ଓ ଜଣେ ପୁତ୍ର ସନ୍ତାନ ରହିଥିଲେ। ଯାହାଙ୍କ ନାମ ରଖାଯାଇଥିଲା କ୍ରିଷ୍ଣା ଏବଂ ଆଦିଆ ।

ନିକଟ‌ରେ ଭାରତର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ତଥା ଝିଅ ଇଶାଙ୍କ ଯମଜ ସନ୍ତାନ କ୍ରିଷ୍ଣା ଏବଂ ଆଦିଆଙ୍କ ଅଜା ନାତି ଓ ନାତୁଣୀଙ୍କୁ ‘ଗିଫ୍ଟସ ଟେଲ୍‌ ଅଲ୍‌’ର ଏକ କଷ୍ଟୋମାଇଜ ଉପହାର ଦେଇଛନ୍ତି। ମୁକେଶଙ୍କ ଏହି ଉପହାର ଚର୍ଚ୍ଚାରେ ରହିଛି।

‘ଗିଫ୍ଟସ ଟେଲ୍‌ ଅଲ୍‌’ ପକ୍ଷରୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହାର କିଛି ଫଟୋ ଓ ସୁନ୍ଦର ଭିଡିଓ ମଧ୍ୟ ସେୟାର କରାଯାଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ କୋଠରୀ ପେଷ୍ଟେଲ ରଙ୍ଗର କୃତ୍ରିମ ଫୁଲ ଏବଂ ଟେଡି ଭାଲୁରେ ପରିପୂର୍ଣ୍ଣ ହୋଇଛି।

 

 

View this post on Instagram

 

A post shared by Gifts Tell All (@giftstellall)

ସୁନ୍ଦର ୱାଲ୍‌ପେପର ସହିତ ୫ ଫୁଟ ଉଚ୍ଚ ହଳଦିଆ କୋଠରୀ ରହିଛି। ଯେଉଁଥିରେ ଗରମ ବେଲୁନ, ମେଘ ଏବଂ ଏକ ବିମାନ ସାମିଲ ଅଛି। କୋଠରୀର ଦ୍ବାରରେ ‘ଆଭେଞ୍ଚର ଅଫ୍‌ କ୍ରିଷ୍ଣା ଏବଂ ଆଦିଆ’ ଲେଖାଯାଇଛି। କୋଠରୀରେ ଚାରୋଟି ବକ୍ସ ମଧ୍ୟ ରହିଛି। ଏଥିରେ ଅନେକ ଖେଳନା ଏବଂ ଅନ୍ୟାନ୍ୟ ଜିନିଷ ପରିପୂର୍ଣ୍ଣ ଅଛି। ଏହାକୁ ସ୍ବତନ୍ତ୍ର ଭାବେ ଅଜା ମୁକେଶ ତାଙ୍କ ନାତି ଓ ନାତୁଣୀଙ୍କୁ ଉପହାର ଦେବା ପାଇଁ ପ୍ରସ୍ତୁତ କରିଥି‌ଲେ।

ସମ୍ବନ୍ଧିତ ଖବର