‌ଡିଏଭି ପୋଖରୀପୁଟ ଟିସିଏସ ଆଇଟି ୱିଜ୍ ୨୦୧୯ ବିଜେତା

ଭୁବନେଶ୍ବର: ‌ଡିଏଭି ସ୍କୁଲ ପୋଖରୀପୁଟର ଆର୍ଯ୍ୟମ ପାଢ଼ୀ ଓ ପ୍ରତ୍ୟୁଷ କୁମାର ଚକ୍ର ଟିସିଏସ୍‌ ଆଇଟି ୱିଜ୍ ୨୦୧୯ର ଭୁବନେଶ୍ବର ସଂସ୍କରଣ ବିଜେତା ହୋଇଥିବା ବେଳେ ଫ୍ୟୁଚର ଭୁବନେଶ୍ବର ସ୍କୁଲର ଅମ୍ରିତାଂଶୁ ସାହୁ ଓ ସିଦ୍ଧାନ୍ତ ତ୍ରିପାଠୀ ରନର୍ସ ଅପ ହୋଇଛନ୍ତି। ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଟିସିଏସ୍‌ର ଭୁବନେଶ୍ବର ସେଣ୍ଟର୍‌ ମୁଖ୍ୟ ମନୋଜ କୁମାର ପଣ୍ଡା ପୁରସ୍କାର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର