ନୂଆଦିଲ୍ଲୀ: ସଙ୍କଟ ମଧ୍ୟରେ ଫସିଥିବା ୯୪ ବର୍ଷ ପୁରୁଣା ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ସହ ହେବ। ଏହି ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ୍ କମିଟିରେ ଆଜି ମଞ୍ଜୁରି ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ ଘୋଷଣା ହେବାର କିଛି ସମୟ ପରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ଲଗାଯାଇଥିବା କଟକଣାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ହଟାଇ ନେଇଛନ୍ତି। ଚଳିତ ମାସ ୨୭ ତାରିଖ ଠାରୁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଶାଖାଗୁଡ଼ିକ ଡିବିଏସ୍ ବ୍ୟାଙ୍କ ଇଣ୍ଡିଆର ଶାଖା ଭାବେ ପରିଚାଳିତ ହେବ। ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଏହାର ପରିଚୟ ହରାଇବ। ଏହି ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ଖାତା ଡିବିଏସ୍କୁ ସ୍ଥାନାନ୍ତର ହେବ। ଆସନ୍ତା ଶୁକ୍ରବାର ଠାରୁ ଗ୍ରାହକମାନେ ଟଙ୍କା ଉଠାଇପାରିବେ। ଲକ୍ଷ୍ମୀ ବିଳାସ ବ୍ୟାଙ୍କର ୫୬୩ଟି ଶାଖା ଓ ୯୭୪ ଏଟିଏମ୍ ଡିବିଏସ୍ ହାତକୁ ଯିବ। ଓଡ଼ିଶାରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ପାଞ୍ଚଟି ଶାଖା ଥିଲା। ସେଗୁଡ଼ିକ ମଧ୍ୟ ଡିବିଏସ୍ ବ୍ୟାଙ୍କ ଇଣ୍ଡିଆର ଶାଖା ଭାବେ ପରିଚିତ ହେବ। ପ୍ରଥମ ଥର ପାଇଁ କୌଣସି ବିଦେଶୀ ବ୍ୟାଙ୍କ ଜରିଆରେ ଦେଶ ଭିତରର ଏକ ବ୍ୟାଙ୍କକୁ ଉଦ୍ଧାର କରାଯାଇଛି। ଡିବିଏସ୍ ହେଉଛି ସିଙ୍ଗାପୁରର ସବୁଠୁ ବଡ଼ ବ୍ୟାଙ୍କ। ଆଜି କ୍ୟାବିନେଟ୍ କମିଟି ବୈଠକରେ ଏଟିସି ଟେଲିକମ୍ ଇନଫ୍ରାଷ୍ଟ୍ରକଚର୍ ଲିମିଟେଡ୍ର ୨୪୮୦ କୋଟି ଟଙ୍କାର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସେହିପରି, ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠି (ଏନ୍ଆଇଆଇଏଫ୍)କୁ କେନ୍ଦ୍ର ସରକାର ଦୁଇ ବର୍ଷ ଭିତରେ ୬୦୦୦ କୋଟି ଟଙ୍କାର ପାଣ୍ଠି ଦେବା ପ୍ରସ୍ତାବକୁ ମଧ୍ୟ ଆଜି କ୍ୟାବିନେଟ୍ ବୈଠକରେ ମଞ୍ଜୁର କରାଯାଇଛି।
ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଉଦ୍ଧାର କଲା ବିଦେଶୀ ବ୍ୟାଙ୍କ ଡିବିଏସ୍
/sambad/media/post_attachments/wp-content/uploads/2020/11/d654g65sdf4g65d4g65sdag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)