ଡିସିବି ବ୍ୟାଙ୍କ ଆରମ୍ଭ କଲା ‘ଡିସିବି ରେମିଟ୍‌’ ସେବା, ସହଜରେ ବିଦେଶକୁ ଟଙ୍କା ପଠାଇହେବ

ମୁମ୍ବାଇ : ନୂଆ ପିଢ଼ିର ଘରୋଇ ବ୍ୟାଙ୍କ, ଡିସିବି ବ୍ୟାଙ୍କ ପକ୍ଷରୁ ବୈପ୍ଳବିକ ‘ଡିସିବି ରେମିଟ୍‌’ ସେବା ଆରମ୍ଭ କରାଯାଇଛି ଯାହା ଜରିଆରେ ଭାରତରେ ଖାତା ଥିବା ଭାରତୀୟଙ୍କୁ ବିଶ୍ୱ ସ୍ତରରେ ଅର୍ଥରାଶି ରେମିଟ୍‌ କରିବା କିମ୍ବା ପଠାଇବାରେ ସହାୟକ ହେବ । ଏହା ଏକ ସହଜରେ ବ୍ୟବହାର କରାଯାଇପାରୁଥିବା ସେବା ଯେଉଁଥିପାଇଁ ଭାରତୀୟ ନିବାସୀମାନେ ଅନଲାଇନ୍‌ରେ ପଂଜୀକରଣ କରିପାରିବେ ଏବଂ ୟୁଏସ, କାନାଡା, ଅଷ୍ଟ୍ରେଲିଆ, ୟୁକେ, ୟୁଏଇ, ଜର୍ମାନି ଭଳି ୨୦ ଟି ରାଷ୍ଟ୍ରକୁ ପାଣ୍ଠି ଟ୍ରାନ୍ସଫର କରିପାରିବେ ଏବଂ ତାହାକୁ ମୋବାଇଲ୍‌ ଫୋନ୍‌ ଜରିଆରେ ଟ୍ରାକ୍‌ କରିପାରିବେ ।

ଥରେ ଏକ୍ସଚେଞ୍ଜ ଲକ୍‌ ହୋଇଯିବା ପରେ ଗ୍ରାହକମାନେ ଯେକୌଣସି ଡିସିବି ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରିପାରିବେ। ଏହା ପରବର୍ତ୍ତି କାର୍ଯ୍ୟ ଦିବସରେ ବିଦେଶରେ ଥିବା ହିତାଧିକାରୀଙ୍କ ଖାତାକୁ ପାଣ୍ଠି ଟ୍ରାନ୍ସଫର କରାଯିବ । ଆଭେନ୍ୟୁ ପେମେଣ୍ଟ ସହଯୋଗରେ ଡିସିବି ବ୍ୟାଙ୍କ ପକ୍ଷରୁ ଡିସିବି ରେମିଟ୍‌ ଆରମ୍ଭ କରାଯାଇଛି । ଏ ସମ୍ପର୍କରେ ପ୍ରବୀଣ କୁଟ୍ଟି, ମୁଖ୍ୟ, ରିଟେଲ୍‌ ଆଣ୍ଡ୍‌ ଏସ୍‌ଏମ୍‌ଇ ବ୍ୟାଙ୍କିଙ୍ଗ, ଡିସିବି ବ୍ୟାଙ୍କ କହିଛନ୍ତି ଯେ, ‘ଡିସିବି ରେମିଟ୍‌ ଗ୍ରାହକମାନଙ୍କୁ ସରଳ ବ୍ୟାଙ୍କିଙ୍ଗ ଅନୁଭୂତି ପ୍ରଦାନ କରିବ। ବିଦେଶକୁ ପାଣ୍ଠି ପଠାଇବା ପାଇଁ ସେମାନଙ୍କୁ ବ୍ୟାଙ୍କ ଶାଖା କିମ୍ବା ମନି ଏକ୍ସଚେଞ୍ଜ କାଉଣ୍ଟର ପର୍ଯ୍ୟନ୍ତ ଯିବାକୁ ପଡ଼ିବନି। ଏହି ସ୍ୱତନ୍ତ୍ର ବାହାରକୁ ପାଣ୍ଠି ପ୍ରେରଣ ବ୍ୟବସ୍ଥାକୁ ଆଉଟ୍‌ୱାର୍ଡ ରେମିଟାନ୍ସ କୁହାଯାଉଛି ଯାହା ଉଦ୍ୟମ ଏବଂ ସମୟ ସଂଚୟ କରୁଥିବା ବେଳେ ସୁବିଧାରେ ବିଦେଶରେ ରହୁଥିବା ପ୍ରିୟଜନଙ୍କ ପାଖରେ ପାଣ୍ଠି ପହଞ୍ଚାଉଛି। ଡିସିବି ରେମିଟ୍‌ ଜରିଆରେ ଅତି ସହଜରେ ବିଦେଶକୁ ପାଣ୍ଠି ଟ୍ରାନ୍ସଫର ହୋଇପାରୁଛି। ଡିଜିଟାଲ୍‌ ରେମିଟାନ୍ସ କ୍ଷେତ୍ରରେ ଆମେ ପ୍ରଚଳନ କରିଥିବା ଅନେକ ଉତ୍ପାଦ ମଧ୍ୟରୁ ଏହା ଅନ୍ୟତମ।’’

ସମ୍ବନ୍ଧିତ ଖବର