ଭୁବନେଶ୍ୱର: ଘରୋଇ କ୍ଷେତ୍ରର ବ୍ୟାଙ୍କ୍, ଡିସିବି ବ୍ୟାଙ୍କ୍ ପକ୍ଷରୁ ଓଡ଼ିଶାରେ ନିଜର ୫୦ତମ ଶାଖା ଖୋଲାଯାଇଛି । ଏହାକୁ ଚନ୍ଦ୍ରଶେଖରପୁରଠାରେ ଖୋଲାଯାଇଛି ।

Advertisment

ଓଡ଼ିଶାରେ ଡିସିବି ବ୍ୟାଙ୍କ୍ର ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣର ଅଂଶ ସ୍ୱରୂପ ଏହି ନୂଆ ଶାଖା ଗ୍ରାହକମାନଙ୍କୁ ସଂଚୟ ଓ ଚଳନ୍ତି ଖାତା (କାସା), ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି) ଏବଂ ବିଭିନ୍ନ ଋଣ ଉତ୍ପାଦ ଭଳି ରିଟେଲ୍ ବ୍ୟାଙ୍କିଙ୍ଗ୍ ସେବାର ଏକ ବର୍ଗମାଳା ପ୍ରଦାନ କରିବ । ଏହା ଚାଷୀ, କୃଷି, ଅଣୁ ଓ କ୍ଷୁଦ୍ର ବ୍ୟବସାୟୀ, ପଟ୍ଟଚିତ୍ର କାରିଗରଙ୍କ ଭଳି ସ୍ଥାନୀୟ କାରିଗର, କ୍ଷୁଦ୍ର ସଡ଼କ ପରିବହନ ଅପରେଟର୍ (ଏସ୍ଆର୍ଟିଓ) ଓ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ପ୍ରକାର ଋଣ ପ୍ରଦାନ କରିବ । ଏହି ଶାଖା ସୁନା ଋଣ ଏବଂ ଏମ୍ଏସ୍ଏମ୍ଇ କୁ ଋଣ ଦେବା ବ୍ୟତୀତ ଟ୍ରାକ୍ଟର, ହାଇ-ଟେକ୍ ଚାଷ, ଶିକ୍ଷାନୁଷ୍ଠାନକୁ ଋଣ, ଖୁଚୁରା ମାଇକ୍ରୋଫାଇନାନ୍ସ ଋଣ ଓ ଚାଷୀଙ୍କୁ କିସାନ୍ କ୍ରେଡିଟ୍ କାର୍ଡ ପ୍ରଦାନ କରିବ । ସୁଲଭ ବାସଗୃହ ପ୍ରତି ଧ୍ୟାନ ଦେଉଥିବା ନିର୍ମାଣ ପ୍ରକଳ୍ପଗୁଡ଼ିକୁ ମଧ୍ୟ ବ୍ୟାଙ୍କ୍ ଫାଇନାନ୍ସ ପ୍ରଦାନ କରିବ । ଡିସିବି ବ୍ୟାଙ୍କ୍ ପକ୍ଷରୁ ଏକସଙ୍ଗେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼, ନୂଆପଡ଼ା ଜିଲ୍ଲାର ଖରିଆର ଓ ବରଗଡ଼ ଜିଲ୍ଲାର ପଦମପୁର ଠାରେ ଶାଖା ଖୋଲାଯାଇଛି ।

ଡିସିବି ବ୍ୟାଙ୍କ୍ ଲାଗି ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ । ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶ ପ୍ରତି ବ୍ୟାଙ୍କ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ଏବଂ ସମାଜର ନିମ୍ନ-ଆୟ ଓ ଆର୍ଥିକ ଦୁର୍ବଳ ସଦସ୍ୟଙ୍କ ମଧ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇଛି । ୨୦୧୨ରେ ରାଜ୍ୟର ପ୍ରଥମ ଶାଖାକୁ ବରଗଡ଼ରେ ଖୋଲିବା ପରଠାରୁ ବ୍ୟାଙ୍କ୍ ଗ୍ରାହକକମାନଙ୍କୁ ସୁନା ଓ ଟ୍ରାକ୍ଟର ଋଣ, ବାଣିଜ୍ୟିକ ଯାନ ଋଣ ଓ ଲଘୁ ବ୍ୟବସାୟ ଋଣ ପ୍ରଦାନ କରିଛି । ବର୍ତମାନ, ଓଡ଼ିଶାରେ ୪୬ ଶାଖା ଜରିଆରେ ଡିସିବି ବ୍ୟାଙ୍କ୍ ୧,୦୦,୦୦୦ରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ଚନ୍ଦ୍ରଶେଖରପୁର ଓ ଅନ୍ୟାନ୍ୟ ସ୍ଥାନରେ ନୂଆ ଶାଖା ଏହାର ବ୍ୟବସାୟ ପରିଚାଳନା ଓ ଗ୍ରାହକ ସଂଖ୍ୟାକୁ ଆହୁରି ସମ୍ପ୍ରସାରିତ କରିବ ।