ନୂଆଦିଲ୍ଲୀ: ଚଳିତବର୍ଷ ଏନଡିଏ ଲିଖିତ ପରୀକ୍ଷାରେ ଡେରାଡୁନ୍ ସ୍ଥିତି ଡୁନ ଡିଫେନ୍ସ ଏକାଡେମି (ଡିଡିଏ)ର ଛାତ୍ରଛାତ୍ରୀମାନେ ବିଶେଷ ସଫଳତା ହାସଲ କରି ପୁଣି ଥରେ ଇତିହାସ ରଚିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ପାଇଁ ଏକ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ଡିଡିଏର ପ୍ରତିଷ୍ଠାତା ସଦସ୍ୟ ତଥା ନିର୍ଦ୍ଦେଶକ ସନ୍ଦୀପ ଗୁପ୍ତା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ନଗଦ ରାଶି ପ୍ରଦାନ କରିଥିଲେ। ଗତ ୧୭ ବର୍ଷ ହେଲା ଏକାଡେମି ସଫଳତାର ସହିତ ନୂଆ ନୂଆ କୀର୍ତ୍ତିମାନ ହାସଲ କରିଆସୁଛି। ଏକାଡେମିର ଫ୍ୟାକଲଟି, ସେମାନଙ୍କ ଦ୍ବାରା ପ୍ରସ୍ତୁତ ଷ୍ଟଡି ମ୍ୟାଟେରିଆଲ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ଉପଯୁକ୍ତ ଦିଗଦର୍ଶନ ପାଇଁ ଏହା ସମ୍ଭବ ହେଉଛି। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଏସଏସବି ତାଲିମ ଦେବା ନେଇ ସେ ଘୋଷଣା କରିଛନ୍ତି।
ଡିଡିଏ ଛାତ୍ରଛାତ୍ରୀଙ୍କ ସଫଳତା
/sambad/media/post_attachments/wp-content/uploads/2022/05/56f465sf4h65sfh4fh65fh654fshsf65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)