ନୂଆଦିଲ୍ଲୀ: ୨୦୧୭-୧୮ରେ ଆୟକର ପୈଠ ସମୟରେ ପାନ୍କୁ ଆଧାର ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରିଦିଆଯାଇଛି। ତେବେ ପାନ୍ ସହିତ ଆଧାର ସଂଯୋଗ ସମୟସୀମାକୁ ସେଣ୍ଟ୍ରାଲ ବୋର୍ଡ ଓ ଡାଇରେକ୍ଟ ଟେକ୍ସେସ୍ (ସିବିଡିଟି) ଘୁଞ୍ଚାଇ ଚଳିତ ବର୍ଷ ଡିସେମ୍ବର ୩୧ପର୍ଯ୍ୟନ୍ତ ରଖିଛନ୍ତି। ଏହାପୂର୍ବରୁ ୨୦୧୭ ଅଗଷ୍ଟ ୩୧ତାରିଖ ଆଧାର ସହିତ ପାନ୍ କାର୍ଡ ଯୋଡ଼ିବାର ଶେଷ ତାରିଖ ଥିଲା। ଯେଉଁ ବ୍ୟକ୍ତି ଏହି ନିୟମକୁ ଅଣଦେଖା କରିବେ ସେମାନଙ୍କୁ ଜରିମାନା ସହିତ କ୍ଷତି ମଧ୍ୟ ସହିବାକୁ ପଡ଼ିପାରେ।
ସେହିପରି ମୋବାଇଲ ସିମ୍ରେ ଆଧାର ନମ୍ବର ସଂଯୋଗ କରିବା ବାଧ୍ୟତାମୂଳକ ଅଟେ। ୨୦୧୮ ସୁଦ୍ଧା ଆଧାରକୁ ସିମ୍ ସହିତ ସଂଯୋଗ ନକଲେ ତାହା ଅଚଳ ହୋଇଯିବ। ଏ ସୂଚନା ସମସ୍ତ ଟେଲିକମ୍ କମ୍ପାନି ସେମାନଙ୍କ ଗ୍ରାହକମାନଙ୍କୁ ମେସେଜ ଜରିଆରେ ସୂଚିତ କରୁଛନ୍ତି।
ସରକାର ଆଧାରକାର୍ଡକୁ ବ୍ୟାଙ୍କ ଓ ଫାଇନାଲସିଆଲ ଇନ୍ଷ୍ଟିଚ୍ୟୁଟର କେଓ୍ଵାସି ସହିତ ଯୋଡ଼ିବା ପାଇଁ ଅନିବାର୍ଯ୍ୟ କରିଦେଇଛନ୍ତି। କେଓ୍ଵାସି ଆପଣଙ୍କ ସମସ୍ତ ଦସ୍ତାବିଜର କାମ କରିଥାଏ। ଯେଉଁଲୋକମାନେ ଋଣ ନେଇଛନ୍ତି ସେମାନନେ ଆଧାର କାର୍ଡ ଦେବା ଆବଶ୍ୟକ। ଡିସେମ୍ବର ୩୧ସୁଦ୍ଧା ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ନକଲେ ତାହା ଅଚଳ ହୋଇଯିବ।
ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ସମସ୍ତ ସାମଜିକ ସୁରକ୍ଷା ଯୋଜନାକୁ ଆଧାର ସଂଖ୍ୟା ସହିତ ସଂଯୋଗ କରାଯିବ। ପେନ୍ସନ୍, ଏଲପିଜି ସିଲିଣ୍ଡର ତଥା ସରକାରୀ ଛାତ୍ରବୃତ୍ତିର ଲାଭ ଉଠାଇବା ପାଇଁ ଆଧାରକାର୍ଡ ଦେବା ବାଧ୍ୟତାମୂଳକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/aadhaar-card_650x400_51462198447.jpg)