ଆପଣଙ୍କ ଡେବିଟ୍‌ କାର୍ଡ କେବଳ ଏକ ଏଟିଏମ୍‌ କାର୍ଡ ନୁହେଁ, ବଂର ଏହାଠାରୁ କିଛି ଅଧିକ

ନୂଆଦିଲ୍ଲୀ : ଏବେ ସମୟ ଆସିଛି ଆମେ ଡିନର ଖାଇବାକୁ ଗଲାବେଳ ଆମର ୱାଲେଟ୍‌ରେ ଯଦି ଆବଶ୍ୟକ ଟଙ୍କା ନାହିଁ ତେବେ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ। କେଳବ ଆମର ଡେବିଟ୍‌ କାର୍ଡକୁ ସୁଇପ୍‌ କଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ଆଉ ଏଟିଏମ୍‌ ଯିବାର ଆବ୍ୟାକତା ମଧ୍ୟ ନାହିଁ। ଡେବିଟ୍‌ କାର୍ଡ ଦ୍ୱାରା ପେମେଣ୍ଟ ବ୍ୟସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ। ଅନେକଙ୍କ ପାଇଁ ଡେବିଟ୍‌ କାର୍ଡ କେବଳ ଏଟିଏମ୍‌ରୁ ଟଙ୍କା ବାହାର କରିବାର ଏକ ମାଧ୍ୟମ। ଏଥି ପାଇଁ ଆକାଉଂଟ୍‌ରେ ବାଲାନ୍ସ ରହିଥିବା ଆବଶ୍ୟକ। ମାତ୍ର ଡେବିଟ୍‌ କାର୍ଡ କିଣାବିକା ପ୍ରଣାଳୀରେ ଏକ ନୂତନ ଧାରା ସୃଷ୍ଟି କରିଛି। ଡେବିଟ୍‌ କାର୍ଡ ଦ୍ୱାରା ଆମେ ଗ୍ରୋସରୀ, ମୁଭି ଟିକେଟ୍‌, ଟ୍ରାଭେଲ୍‌ ଟିକେଟ୍‌, ଖାଦ୍ୟ, ଇଲୋକ୍ଟିନିକ୍ସ ସାମଗ୍ରୀ ଆଦି ଅନେକ କିଛି ଆବଶ୍ୟକତା ଅନୁସାରେ କିଣି ପାରିଥାଉ।
ଅନଲାଇନ୍‌ ପେମେଣ୍ଟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିପାରିଛି। ଏହାଦ୍ୱାରା ଆମେ ଡିଜିଟାଲ ପ୍ରଣାଳୀରେ ଆମ ଆକାଉଂଟ୍‌ରୁ ଟଙ୍କା କାଢ଼ି ପାରିଥାଉ। କ୍ରେଡିଟ୍‌ କାର୍ଡ ଦ୍ୱାରା ଟଙ୍କା ଧାର କରାଯାଇପାରିଥାଏ। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ସମ୍ପ୍ରତି ଭାରରେ ୯୯୨.୪ ନିୟୁତ ଡେବିଟ୍‌ କାର୍ଡ କାଯର୍‌ୟ କରୁଛି। ସେଥିମଧ୍ୟରୁ ୭୦ ପ୍ରତିଶତ କାର୍ଡ କାରବାରରେ ବ୍ୟବହାର କରାଯାଉଛି। ଏଟିଏମ୍‌ରୁ ସର୍ବାଧିକ ୧୦,୦୦୦ ଟଙ୍କା କଢ଼ା ଯାଉପାରରୁଥିବାବେଳେ ଡେବିଟ୍‌ କାର୍ଡ ଦ୍ୱାରା ଏହାଠାରୁ ଅନେକ ଅଧିକ ଟଙ୍କାର କାରବାର ଡିଜିଟାଲ ପ୍ରଣାଳୀରେ କରାଯାଇ ପାରିଥାଏ। ପ୍ରତି କାରବାରର ଏସଏମ୍‌ଏସ୍‌ ଆପଣଙ୍କ ପାଖକୁ ଆସିଥାଏ।

ସମ୍ବନ୍ଧିତ ଖବର