ଋଣ ଛାଡ଼ କଲେ ସମସ୍ୟାର ସମାଧାନ ହେବନି: ରାଜୀବ

ନୂଆଦିଲ୍ଲୀ: ସବୁ ବେଳେ ସରକାରଙ୍କ ଭାଷା କହୁଥିବା ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର  କୃଷି ଋଣ ଛାଡ଼ ବିଷୟରେ ମୁହଁ ଖୋଲିଛନ୍ତି। ‌ସେ କହିଲେ, ଋଣ ଛାଡ଼ ଦ୍ବାରା ଚାଷୀଙ୍କ ସମସ୍ୟାର ସମାଧାନ ହେବନି। ଏଭଳି ପଦକ୍ଷେପ ଦ୍ବାରା କେବଳ କିଛି ହାତ ଗଣତି ଚାଷୀଙ୍କୁ ଲାଭ ମିଳିଥାଏ। ନିତି ଆୟୋଗର ‘ଷ୍ଟ୍ରାଟେଜି ଫର୍ ନିଉ ଇଣ୍ଡିଆ ଆଟ୍‌ ୭୫’ ଦସ୍ତାବିଜକୁ ଉନ୍ମୋଚନ କରିବା ଅବସରରେ ସେ କହିଛନ୍ତି ଯେ, କୃଷି ଋଣ ଛାଡ଼ କୃଷି କ୍ଷେତ୍ର ସମସ୍ୟାର ସମାଧାନ ନୁହେଁ। ଏହା କେବଳ ଯନ୍ତ୍ରଣାକୁ କମ୍‌ କରିବା ଭଳି ଏକ ଔଷଧ ଭାବେ କାମ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର