ଡିସେମ୍ବରରେ ଦେଶର ଜିଏସଟି ଆଦାୟ ରେକର୍ଡ ୧ ଲକ୍ଷ ୧୫ ହଜାର କୋଟି ଟପିଲା

ନୂଆଦିଲ୍ଲୀ : ଡିସେମ୍ବର ମାସରେ ଭାରତର ଜିଏସଟି ରାଜସ୍ବ ଆଦାୟ ରେକର୍ଡ ସ୍ତରରେ ପହଞ୍ଚିଛି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଡିସେମ୍ବର ମାସରେ ପ୍ରାୟ ୧ ଲକ୍ଷ ୧୫ ହଜାର  ୧୭୪ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ଦେଶରେ ଜିଏସଟି ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ସର୍ବାଧିକ ମାସିକ ଜିଏସଟି ରାଜସ୍ବ ଆଦାୟ ।

ଦେଶରେ ଜୁଲାଇ ୧, ୨୦୧୭ରେ ଜିଏସଟି ବ୍ୟବସ୍ଥା ଆରମ୍ଭ ହେବାପରଠାରୁ ଏପ୍ରିଲ ୨୦୧୯ରେ ରେକର୍ଡ ୧ ଲକ୍ଷ ୧୩ ହଜାର ୮୬୬ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା । କିନ୍ତୁ ଗତ ଡିସେମ୍ବରର ଜିଏସଟି ଆଦାୟ ଏହି ରେକର୍ଡକୁ ଭାଙ୍ଗିଦେଇଛି ।

ଗତ ଏପ୍ରିଲ, ମେ ମାସରେ ଦେଶରେ ଲକଡାଉନ ଲାଗୁହେବାପରଠାରୁ ଦେଶରେ ଜିଏସଟି ଆଦାୟ ସର୍ବନିମ୍ନ ସ୍ତରକୁ ଛୁଇଁଥିଲା ।  ଏପ୍ରିଲ ମାସରେ ଦେଶର ଜିଏସଟି ୩୨,୧୭୨ କୋଟିକୁ ଖସିଆସିଥିଲା । ଏଣୁ ଡିସେମ୍ବରରେ ଜିଏସଟି ଆଦାୟ ରେକର୍ଡ ସ୍ତରରେ ପହଞ୍ଚିବା ଦେଶର ଅର୍ଥନୀତିରେ ଦ୍ରୁତ ସୁଧାରକୁ ଦର୍ଶାଉଛି । ଫଳରେ ସରକାରଙ୍କ ଦେଶର ଖରାପ ଅର୍ଥନୀତିକୁ ନେଇ ଚିନ୍ତାରେ ଥିବା ସରକାର ଆଶ୍ବସ୍ତ ହୋଇଛନ୍ତି ।

ସେହିପରି ଅକ୍ଟୋବର ଠାରୁ ଡିସେମ୍ବର ପର୍ଯ୍ୟନ୍ତ ଦେଶର ମାସିକ ଜିଏସଟି ଆଦାୟ ୧ ଲକ୍ଷ କୋଟି ଉପରେ ରହୁଛି ।

 

ସମ୍ବନ୍ଧିତ ଖବର