ଡିସେମ୍ବର ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ୧ ଲକ୍ଷ କୋଟି ଟପିଲା, ଓଡ଼ିଶାରୁ ୨,୩୮୩ କୋଟିର ଜିଏସଟି ଆଦାୟ

ନୂଆଦିଲ୍ଲୀ :  ଡିସେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ୧୦୩,୧୮୪ କୋଟି ଟଙ୍କାରେ ପହଞ୍ଚିଛି । ଏହା ଡିସେମ୍ବର ୨୦୧୮ ତୁଳନାରେ ୧୬ ପ୍ରତିଶତ ଅଧିକ ଥିବାବେଳେ ନଭେମ୍ବର ୨୦୧୯ ତୁଳନାରେ ସାମାନ୍ୟ କମ । ନଭେମ୍ବର ୨୦୧୯ରେ ଏହା ୧୦୩,୪୯୨ କୋଟି ଓ ଡିସେମ୍ବର ୨୦୧୮ରେ ୯୪,୭୨୬ କୋଟି ଟଙ୍କା ଥିଲା ।

କେନ୍ଦ୍ର ଅର୍ଥମନ୍ତ୍ରାଳୟର ତଥ୍ୟ ଅନୁସାରେ ଡିସେମ୍ବର ମାସରେ ଓଡ଼ିଶାରୁ ୨୩୮୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି । ଏହା ଡିସେମ୍ବର ୨୦୧୮ର ଜିଏସଟି ରାଜସ୍ୱ ୨୩୪୭ କୋଟି ତୁଳନାରେ ୨ ପ୍ରତିଶତ ଅଧିକ । ଦେଶର ଜିଏସଟି ରାଜସ୍ୱ ସଂଗ୍ରହ ଗତ ଅଗଷ୍ଟ ମାସଠାରୁ ୧ ଲକ୍ଷ କୋଟିରୁ କମ ରହିଆସିଥିଲା, କିନ୍ତୁ ନଭେମ୍ବର ମାସରେ ଏହା ପୁଣି ୧ ଲକ୍ଷ କୋଟି ଉପରକୁ ଯାଇଥିଲା । ଡିସେମ୍ବରରେ ପୁଣି ଥରେ ଏହା ୧ ଲକ୍ଷ କୋଟି ଛୁଇଁପାରିଛି ।

ଡିସେମ୍ବର ମାସରେ ସଂଗ୍ରହ ହୋଇଥିବା ୧୦୩,୧୮୪ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୧୯,୯୬୨ କୋଟି, ରାଜ୍ୟ ଜିଏସଟି ଟ.୨୬,୭୯୨ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୪୮,୦୯୯ କୋଟି ଟଙ୍କା ଓ ସେସ ୮୩୩୧ କୋଟି ଟଙ୍କା ଅନ୍ତର୍ଭୁକ୍ତ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ଆଦାୟ ଲକ୍ଷ୍ୟ ୧୩.୭୧ ଲକ୍ଷ କୋଟି ରଖାଯାଇଛି ।

ଡିସେମ୍ବରମାସରେ ଜିଏସଟି ବ୍ୟବସ୍ଥାକୁ ସରଳ କରିବାକୁ ଜିଏସଟି ପରିଷଦ କେତେକ ପଦକ୍ଷେପ ନେଇଥିଲା ।

ସମ୍ବନ୍ଧିତ ଖବର