ଭାରତର ଧନୀମାନଙ୍କ ସଂପତ୍ତି ୪.୪% କମିଲା

ନୂଆଦିଲ୍ଲୀ :  ଭାରତର ସୁପରରିଚ୍ ବା ଅତିଧନୀମାନଙ୍କ ସଂପତ୍ତି ପରିମାଣରେ ଚଳିତ ବର୍ଷ ପ୍ରାୟ ୪.୪ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଫଳରେ ସେମାନଙ୍କ ସଂପତ୍ତି ପରିମାଣ ହ୍ରାସ ପାଇଛି ବୋଲି କ୍ରେଡିଟ ସୁଇସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।

ଟଙ୍କା ଦୁର୍ବଳ ହେବା କାରଣରୁ ଭାରତର ଡଲାର ନିୟୁତପତିଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ତେବେ ଦେଶର ପ୍ରମୁଖ ଧନୀ ମୁକେଶ ଅମ୍ବାନି, ଗୌତମ ଅଦାନି, ସାଇରସ ପୁନାଓ୍ବାଲା ଆଦିଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି  ବୋଲି ଏହି ରିପୋର୍ଟରେ କୁହାଯାଇଛି ।

୨୦୧୯ରେ ଭାରତରେ ମୋଟ ୭,୬୪,୦୦୦ ଡଲାର ନିୟୁତପତି ଥିବାବେଳେ ଏବେ ତାହା ୬,୯୮,୦୦୦କୁ କମି ଆସିଛି । ସେମାନଙ୍କ ମିଳିତ ସମ୍ପତ୍ତିର ପରିମାଣ ମଧ୍ୟ ୪.୪ ପ୍ରତିଶତ ବା ୫୯୪ ବିଲିୟନ ଡଲାର ହ୍ରାସ ପାଇ ୧୨.୮୩ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ତେବେ ୨୦୨୫ ସୁଦ୍ଧା ଭାରତର ଡଲାର ନିୟୁତପତିଙ୍କ ସଂଖ୍ୟା ୧୩ ଲକ୍ଷକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ସମଗ୍ର ବିଶ୍ବରେ ପ୍ରାୟ ୫୬.୧ ନିୟୁତ ଡଲାର ନିୟୁତପତି ଅଛନ୍ତି ଓ ଗତ ୨ ବର୍ଷରେ ସେମାନଙ୍କ ସଂଖ୍ୟା ପ୍ରାୟ ୫୨ ଲକ୍ଷ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର