ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ

ନୂଆଦିଲ୍ଲୀ : ଭାରତର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟିଛି। ମାର୍ଚ୍ଚ ୧୦ ସୁଦ୍ଧା ଶେଷ ସପ୍ତାହରେ ଏହା ୫୬,୦୦୦ କୋଟି ଡଲାର ସ୍ତରକୁ ଖସିଛି। ଭଣ୍ଡାରରେ ଥିବା ମୁଦ୍ରା ତିନି ମାସର ସର୍ବନିମ୍ନ ସ୍ତରରେ ରହିଛି। ମାର୍ଚ୍ଚ ୩ରେ ଭଣ୍ଡାରରେ ୫୬,୨୪୦ କୋଟି ଡଲାରର ବିଦେଶୀ ମୁଦ୍ରା ଥିଲା। ଆମେରିକୀୟ ଡଲାର ତୁଳନାରେ ଟଙ୍କାକୁ ସୁଦୃଢ଼ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଭଣ୍ଡାରରୁ ନିୟମିତ ବ୍ୟବଧାନରେ ଡଲାର ବାହାର କରୁଥିବାରୁ ସେଥିରେ ଅବନତି ହୋଇଥିବା କୁହାଯାଉଛି। ଏବେ ଏକ ଡଲାର ମୂଲ୍ୟ ୮୨ ଟଙ୍କା ୫୫ ପଇସା ରହିଛି।

ସମ୍ବନ୍ଧିତ ଖବର