ଅନ୍ତର୍ଜାତୀୟ ବଜାରର ପ୍ରଭାବ, ସୁନା ୬୦୦ ଟଙ୍କା କମିଲା

ନୂଆଦିଲ୍ଲୀ : ଆଜି ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଉଭୟ ଫ୍ୟୁଚର ବଜାର ଓ ସ୍ପଟ୍ ବଜାରରେ ସୁନାଦର ହ୍ରାସ ପାଇଛି । ଫେବ୍ରୁଆରି ଡେଲିଭରୀ ପାଇଁ ମଲଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ୧୦ ଗ୍ରାମ ପିଛା ୫୯୭ ଟଙ୍କା ହ୍ରାସ ପାଇ ୪୮,୨୫୪ ଟଙ୍କାରେ ପହଞ୍ଚିଛି । ମାର୍ଚ୍ଚ ଡେଲିଭରି ପାଇଁ ରୁପା ଦର କିଲୋଗ୍ରାମ ପିଛା ୭୭୧ ଟଙ୍କା ହ୍ରାସ ପାଇ ୬୩,୩୦୦ ଟଙ୍କାରେ ପହଞ୍ଚିଛି ।

ସେହିପରି ସ୍ପଟ୍ ବଜାରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୪୮,୩୦୮ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ୪୮,୫୦୨ ଟଙ୍କା ରହିଛି । ରୁପା କିଲୋଗଗ୍ରା ପିଛା ୬୨ ୭୬୫ ଟଙ୍କା ରହିଛି ବୋଲି ଭାରତୀୟ ବୁଲିୟନ ଓ ଜୁଏଲାରୀ ସଂଘ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି ।

ଅନ୍ତର୍ଜାତୀୟ ବଜାରର ପ୍ରଭାବରୁ ସୁନା ଦର କମିଥିବା ବିଶେଷଜ୍ଞମାନେ କହିଛନ୍ତି । ୟୁଏସ୍ ଫେଡେରାଲ ରିଜର୍ଭ ଦ୍ବାରା ମାର୍ଚ୍ଚ ମାସରେ ସୁଧହାର ବୃଦ୍ଧି ସୂଚନା ଆସିବା ପରେ ଡଲାର ସୁଦୃଢ ହୋଇଛି । ଫଳରେ ଅନ୍ତର୍ଜାତୀୟ ବଜାରରେ ସୁନାଦର ହ୍ରାସ ପାଇଛି । ଆଜି ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୮୧୭ ଡଲାର ରହିଛି । ୟୁଏସ ଫେଡେରାଲ ରିଜର୍ଭର ଘୋଷଣା ଆସିବା ପରେ ସୁନା ପ୍ରାୟ ୨୪ ଡଲାର ହ୍ରାସ ପାଇଛି । ଆଗକୁ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ବଢିଲେ ସୁନାଦର ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର