ପତ୍ନୀଙ୍କ ନାମରେ ୫୦ କୋଟିର ଘର କିଣିଲେ ଦୀପକ ପାରେଖ

ନୂଆଦିଲ୍ଲୀ: ଏଚ୍‌ଡିଏଫ୍‌ସିର ଅଧ୍ୟକ୍ଷ ଦୀପକ ପାରେଖ ତାଙ୍କ ପତ୍ନୀଙ୍କ ନାମରେ ମୁମ୍ବାଇର ଏକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ୫୦ କୋଟି ଟଙ୍କା ମୂଲ୍ୟର ଏକ ଫ୍ଲାଟ୍‌ କିଣିଛନ୍ତି। ୱର୍ଲିଠାରେ ପ‌ାରେଖଙ୍କ ଏହି ଫ୍ଲାଟ୍‌ର ମୁହଁ ଆରବ ସାଗର ଆଡ଼କୁ ରହିଛି। ୭୪୫୦ ବର୍ଗଫୁଟ ପରିମିତ ଅଞ୍ଚଳ ବିଶିଷ୍ଟ ଏହି ଆପାର୍ଟମେଣ୍ଟ୍‌କୁ କେ ରହେଜା ଗ୍ରୁପ୍‌ର ସୁପର ପ୍ରିମିୟମ ପ୍ରକଳ୍ପ ରହେଜା ଆର୍ଟେସିଆରୁ ସେ କିଣିଛନ୍ତି। ପତ୍ନୀ ସ୍ମିତା ପାରେଖଙ୍କ ନାମରେ ଗତମାସ ୩୦ ତାରିଖରେ ଉକ୍ତ ଆପାମେଣ୍ଟ୍‌ର ପଞ୍ଜୀକରଣ ହୋଇଛି।

ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଘର କ୍ରୟର ଷ୍ଟାମ୍ପ ଡ୍ୟୁଟିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ଏଥିପାଇଁ ତାଙ୍କୁ ୩ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ିଛି। ଏହି ଅବଧି ଶେଷ ହେବାର ଦିନକ ପୂର୍ବରୁ ପାରେଖଙ୍କ ପରିବାର ଉକ୍ତ ଘର କିଣିଛନ୍ତି। ଫ୍ଲାଟ୍‌ ପଞ୍ଜୀକରଣ ପାଇଁ ଷ୍ଟାମ୍ପ ଡ୍ୟୁଟି ବାବଦରେ ଗ୍ରାହକଙ୍କୁ ଦେଢ଼ କୋଟି ଟଙ୍କା ଦେବାକୁ ପଡ଼ିଛି। ‌ଉକ୍ତ ଫ୍ଲାଟ୍‌ଟି ଆ‌ପା‌ର୍ଟମେଣ୍ଟ୍‌ର ୨୫ତମ ମହଲାରେ ରହିଛି। ସେଥିରେ ୬ଟି ପାର୍କିଂ ସ୍ଥାନ ଅଛି।

ସମ୍ବନ୍ଧିତ ଖବର