ଲିଭାଇସ୍‌ର ଅନ୍ତର୍ଜାତୀୟ ଆମ୍ବାସାଡର ହେଲେ ଦୀପିକା

ଭୁବନେଶ୍ବର : ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ଲିଭାଇସ୍ ଏହାର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଚୟନ କରିଛି। ଲିଭାଇସ୍‌ର ନୂଆ ଫେସନ୍‌ ଫିଟ୍‌ର ପ୍ରଚାର ପାଇଁ ପ୍ରସ୍ତୁତ ନୂଆ ଅଭିଯାନରେ ଦୀପିକାଙ୍କୁ ଦେଖିବାକୁ ମିଳିବ। ଦୀପିକାଙ୍କୁ ବିଶ୍ବସ୍ତରୀୟ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତି କରିବା ସଂପର୍କରେ କମ୍ପାନିର ଦକ୍ଷିଣ ଏସିଆ ଓ ଏମ୍‌ଇଏନ୍‌ଏର ପରିଚାଳନା ନିର୍ଦ୍ଦେଶକ ସଂଜୀବ ମହାନ୍ତି କହିଛନ୍ତି, ତାଙ୍କ ବ୍ୟକ୍ତିତ୍ବ ଆମ କମ୍ପାନିର ମୂଲ୍ୟବୋଧ ସହିତ ଖାପ ଖାଉଛି। ସେ ଜଣେ କେବଳ ଷ୍ଟାଇଲ ଆଇକନ୍ ନୁହନ୍ତି ବରଂ ବିଶ୍ବର ଯୁବପିଢ଼ି ଓ ମହିଳାଙ୍କ ପାଇଁ ପ୍ରେରଣା ମଦ୍ୟ। ତାଙ୍କ ସହ ଯୋଡ଼ିହେବା ଦ୍ବାରା ଆମ ବ୍ରାଣ୍ଡ୍‌ ମହିଳା ବର୍ଗରେ ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର