ଭୁବନେଶ୍ବର: ଓଡ଼ିଶାରେ ବିମାନ, ମହାକାଶ ଏବଂ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପାଇଁ ମଧ୍ୟ ସମସ୍ତ ସୁଯୋଗ ରହିଛି। ଏସବୁ ସାମଗ୍ରୀ ନିର୍ମାଣ ଓ ପରୀକ୍ଷଣ ପାଇଁ ଇସ୍ପାତ, ଆଲୁମିନିୟମ ସାମଗ୍ରୀ ସମେତ ହାଲ୍, ଆଇଟିଆର୍, ସଇଁତଳାର ଗୋଳାବାରୁଦ କାରଖାନା, ସୁଦୀର୍ଘ ବେଳାଭୂମି ଭଳି ଭିତ୍ତିଭୂମି ରହିଛି। ଏତଦବ୍ୟତୀତ ରାଜ୍ୟ ସରକାର ମଧ୍ୟ ଏ ନେଇ ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ନୂଆ ନୀତିରେ ଏକ୍ଷେତ୍ରର ପ୍ରଥମ ୩ଜଣ ନିବେଶକଙ୍କୁ ୧୦୦ କୋଟି ଟଙ୍କାର ସବସିଡି ପ୍ରଦାନର ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ବିମାନ, ମହାକାଶ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ଉପରେ ଆୟୋଜିତ ଆଲୋଚନା ଚକ୍ରରେ ଯୋଗଦେଇ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ଏହା କହିଛନ୍ତି। ଏହି ଆଲୋଚନାଚକ୍ରରେ ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବିଭାଗ ନିର୍ଦ୍ଦେଶକ ରବିନ କୁଳଶ୍ରେଷ୍ଠ, ଆର୍ମି ଏୟାର ଡିଫେନ୍ସ କଲେଜର ଭିଏସଏମ ମେଜର ଜେନେରାଲ ପି ଏସ୍ ଭାଟିଆ, ବିଇଏମଏଲର ସିଏମଡି ଡି କେ ହୋତା, ଲେଫ୍ଟନାଣ୍ଟ ଜେନେରାଲ ସୁବ୍ରତ ସାହା ପ୍ରମୁଖ ଯୋଗଦେଇଥିଲେ। ବିଇଏମଏଲ ଓ ଆଇଟିଇଆର ମିଳିତଭାବେ ଆସନ୍ତା ଜାନୁଆରିରେ ଭୁବନେଶ୍ବରଠାରେ ଏକ୍ଷେତ୍ରର ଏମଏସଏମଇମାନଙ୍କୁ ନେଇ ଏକ ନିବେଶକ ସମ୍ମିଳନୀ ଆୟୋଜନ କରିବେ ବୋଲି ଘୋଷଣା କରାଯାଇଥିଲା।
ପ୍ରତିରକ୍ଷା ସାମଗ୍ରୀ କମ୍ପାନିଙ୍କୁ ୧୦୦ କୋଟି ସବସିଡି
/sambad/media/post_attachments/wp-content/uploads/2018/11/LOCKHEED_MARTIN_F-16_Fighting_Falcon_FS2004_3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)