ଭୁବନେଶ୍ୱର: ରାଜଧାନୀରେ ଡିଜେଲର ଲିଟର ପିଛା ମୂଲ୍ୟ ୬୪ ଟଙ୍କା ଟପିଯାଇଛି। ଏକ ଲିଟର ଡିଜେଲ କିଣିବାକୁ ଏବେ ଗ୍ରାହକମାନଙ୍କୁ ୬୪ ଟଙ୍କା ୮ ପଇସା ଗଣିବାକୁ ପଡୁଛି। ସେପ୍ଟେମ୍ବରରୁ ଅକ୍ଟୋବର ଦୁଇ ମାସ ୬୨ ଟଙ୍କାରୁ ୬୩ ଟଙ୍କା ଭିତରେ ଡିଜେଲ ଦର ରହୁଥିଲା। ଗତବର୍ଷ ଡିସେମ୍ବର ୨୦ରେ ଡିଜେଲର ଲିଟର ପିଛା ଦର ୬୩ ଟଙ୍କାରେ ପହଞ୍ଚିଥିଲା। ଏହାର ପରବର୍ତି ୧୦ ଦିନ ଭିତରେ ଦରରେ ନିୟମିତ ବୃଦ୍ଧି ହେବାରୁ ଆଜି ସ୍ଥାନୀୟ ବଜାରରେ ଡିଜେଲ ମୂଲ୍ୟ ୬୪ ଟଙ୍କାରୁ ଅଧିକ ହୋଇଛି। ଏହା ଦ୍ୱାରା ଡିଜେଲରେ ଚାଲୁଥିବା ଗାଡ଼ିଗୁଡ଼ିକର ପରିଚାଳନା ଖର୍ଚ ନିଶ୍ଚିତ ରୂପେ ବୃଦ୍ଧି ପାଇଥିବ। ପରିବହନ ଏବଂ ଯାତାୟାତ କ୍ଷେତ୍ରରେ ନିୟୋଜିତ ହୋଇଥିବା ସବୁ ଗାଡ଼ି ଡିଜେଲରେ ଚାଲୁଛି। ବିଶେଷ କରି ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ଗୁଡ଼ିକ ଡିଜେଲକୁ ଇନ୍ଧନ ଭାବେ ବ୍ୟବହାର କରୁଛନ୍ତି। ତେଣୁ ଡିଜେଲ ଦରରେ ବୃଦ୍ଧି ବିଭିନ୍ନ ସାମଗ୍ରୀ ଦର ବୃଦ୍ଧି ମଧ୍ୟ କାରଣ ହୋଇପାରେ।
କେବଳ ଡିଜେଲ ନୁହେଁ ପେଟ୍ରୋଲର ଲିଟର ପିଛା ଦର ମଧ୍ୟ ୬୮ ଟଙ୍କା ୮୫ ପଇସାରେ ପହଞ୍ଚିଯାଇଛି। ଉଲ୍ଲେଖଯୋଗ୍ୟ, ତେଲ କଂପାନିଗୁଡ଼ିକୁ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦର ବଦଳାଇବାର ଅନୁମତି ପ୍ରଦାନ କରାଯାଇଛି। ସେମାନେ ଦୈନିକ ସକାଳ ୬ଟାରେ ତେଲ ଦରରେ ପରିବର୍ତ୍ତନ କରୁଛନ୍ତି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦରରେ ହେଉଥିବା ବୃଦ୍ଧି ଯୋଗୁଁ ଡିଜେଲ ଏବଂ ପେଟ୍ରୋଲ୍ ମୂଲ୍ୟରେ ବୃଦ୍ଧି ହେଉଛି।
ଡିଜେଲ ମୂଲ୍ୟ ୬୪ ଟଙ୍କା ଟପିଲା
/sambad/media/post_attachments/wp-content/uploads/2018/01/india-oil-price_.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)