ଅନଲାଇନ ଔଷଧ ବିକ୍ରିକୁ ନିଷିଦ୍ଧ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଭାରତରେ ଅନଲାଇନରେ ଔଷଧ ବିକ୍ରି କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଭାରତୀୟ ଡ୍ରଗ୍ସ ଏଣ୍ଡ କସମେଟିକ୍ସ ଆଇନ ୧୯୪୦ ଓ ଫାର୍ମାସି ଆଇନ ୧୯୪୮ ଅନୁସାରେ ଏହା ବେଆଇନ ବୋଲି କୋର୍ଟ କହିଛନ୍ତି । ଅନଲାଇନରେ ଔଷଧ ବିକ୍ରିକୁ ନିଷିଦ୍ଧ କରିବାକୁ ଜାହିର ଅହମଦ ନାମକ ବ୍ୟକ୍ତି କୋର୍ଟରେ ଏକ ମାମଲା ଦାଏର କରିଥିଲେ । ଅନଲାଇନ ଫାର୍ମାସୀ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଔଷଧର ଅପବ୍ୟବହାର ହେବ । ଏହି ମାମଲାର ବିଚାର କରି ମୁଖ୍ୟ ବିଚାରପତି ଜଷ୍ଟିସ ରାଜେନ୍ଦ୍ର ମେନନ ଓ ଜଷ୍ଟିସ ଭି.କାମେଶ୍ୱର ରାୟ ଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଏହି ମାମଲାକୁ ଗ୍ରହଣ କରିବା ପରେ କୋର୍ଟ ଗତ ଅକ୍ଟୋବର ମାସରେ କେନ୍ଦ୍ର ସରକାର, ଦିଲ୍ଲୀ ସରକାର, ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ଓ କମିଶନର ଅଫ ଫୁଡ ଏଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନଙ୍କୁ ନୋଟିସ ଜାରି କରି ଜବାବ ରଖିବାକୁ କହିଥିଲେ । ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ମାର୍ଚ୍ଚ ୨୫ରେ ହେବ ।

ସମ୍ବନ୍ଧିତ ଖବର