ନୂଆଦିଲ୍ଳୀ: ଦିଲ୍ଲୀ ମେଟ୍ରୋରେ ଯାତ୍ରୀଙ୍କର ବିଭିନ୍ନ ପ୍ରକାରର ଅଭିଜ୍ଞତା ରହିଛି। ଏଠାରେ ପ୍ରେମ ନିବେଦନରୁ ନେଇ, ବଚସା-ଗଣ୍ଡ‌‌ଗୋଳ ଓ ଆହୁରି ଅନେକ ପ୍ରକାରର ଦୃଶ୍ୟ ଦେଖିବାକୁ ମିଳିଥାଏ। ନିକଟରେ ଦିଲ୍ଲୀ ମେଟ୍ରୋ ଭିତରେ ଦେଖିବାକୁ ମିଳିଥିଲା ଏକ ମଜାଦାର୍‌ ଦୃଶ୍ୟ। ମେଟ୍ରୋ ମଧ୍ୟରେ ଘୋଷଣା ବଦଳରେ ଯାତ୍ରୀ ଶୁଣିବାକୁ ପାଇଥିଲେ ଏକ ହରିଆଣୀ ସଂଗୀତ।  ମେଟ୍ରୋ ମଧ୍ୟରେ ଘୋଷଣା ବଦଳରେ ହରିଆଣାର ଲୋକପ୍ରିୟ ଗୀତ ‘୨ ନମ୍ବରୀ’ ବାଜିବା ଆରମ୍ଭ ହୋଇଥିଲା ଯାତ୍ରୀ ଏହାର ଆନନ୍ଦ ଉଠାଇ ଥିଲେ। ଏମିତି ଦେଖିବାକୁ ଗଲେ ଆପଣ ଅନେକ ପ୍ରକାରର ଭାଇରାଲ୍‌ ଭିଡିଓ ଦେଖିଥିବେ। ହେଲେ ମେଟ୍ରୋର ଏହି ଭାଇରାଲ୍‌ ଭିଡିଓଟିକୁ ଅନେକ ଲୋକ ପସନ୍ଦ କରିଛନ୍ତି।

Advertisment

ଗୀତଟି ବାଜିବା ମାତ୍ରେ ମେଟ୍ରୋ ଭିତରେ ଥିବା ଲୋକମାନେ ଏହି ମୁହୂର୍ତ୍ତକୁ ଉପଭୋଗ କରିଥିଲେ। ହେଲେ ଏହା ଖୁବ୍ କମ୍‌ ସମୟ ପାଇଁ ବାଜିଥିଲା। ଗୀତଟି ବାଜିବାର ଅଳ୍ପ ସମୟ ମଧ୍ୟରେ ତାହାକୁ ବନ୍ଦ କରି ଦିଆଯାଇଥିଲା।

ସଙ୍ଗୀତ ବାଜିବା ମାତ୍ରେ ଆରୋହୀମାନେ ହସିବାକୁ ଲାଗିଲେ। ତେବେ ଏହି ଗୀତଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ବେ‌ଳେ ଏଥିରେ କ୍ୟାପ୍‌ସନ୍‌ ଲେଖାଯାଇଛି, ‘ଏହି କାରଣରୁ ମୁଁ ଦିଲ୍ଲୀକୁ ଭଲ ପାଏ’।

ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓକୁ ଡିଜିଟାଲ କଣ୍ଟେଣ୍ଟ୍ କ୍ରିଏଟର ନିର୍ମାତା ଅମନଦୀପ ସିଂ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଭାଇରାଲ୍ ଭିଡିଓର ମନ୍ତବ୍ୟ ଦେବାରେ ଲାଗିଛନ୍ତି।