ଟ୍ରେନ୍‌ରେ ଦିଲ୍ଲୀରୁ ମୁମ୍ବାଇକୁ ଲାଗିବ ୧୦ ଘଣ୍ଟା

ନୂଆଦିଲ୍ଲୀ: ରେଳଗାଡ଼ିର ଗତି ବଢ଼ିବ। ମୁମ୍ବାଇରୁ ଦିଲ୍ଲୀକୁ ଯାତ୍ରା କରିବା ଲାଗି ଆଗାମୀ ଦିନରେ ମାତ୍ର ୧୦ ଘଣ୍ଟା ସମୟ ଲାଗିବ। ସେହିଭଳି ହାଓଡ଼ାରୁ ଦିଲ୍ଲୀକୁ ୧୨ ଘଣ୍ଟା ଲାଗିବ। ଏସବୁ ମାର୍ଗରେ ରେଳଗାଡ଼ିର ଗତିକୁ ଆସନ୍ତା ୨୦୨୩ ମସିହା ସୁଦ୍ଧା ଘଣ୍ଟାପ୍ରତି ୧୬୦ କିମିକୁ ବୃଦ୍ଧି କରିବା ଯୋଜନା ଚଳାଇଛି। ଏହାହେଲେ ଦିଲ୍ଲୀରୁ ମୁମ୍ବାଇ ମଧ୍ୟରେ ରେଳରେ ଯାତ୍ରା କରିବା ସମୟ ବାବଦରେ ୫ ଘଣ୍ଟାର ସମୟ ଜଣେ ସଞ୍ଚୟ କରିପାରିବ। ସେହିଭଳି ଦିଲ୍ଲୀରୁ କୋଲକାତା ମଧ୍ୟରେ ସାଢ଼େ ୫ ଘଣ୍ଟାର ସମୟ ସଞ୍ଚୟ ହେବ। ଏବେ ସର୍ବାଧିକ ବେଗରେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସର ଗତି ଘଣ୍ଟା ପ୍ରତି ୧୩୦ କିମି ରହିଛି। ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ବିତୀୟ ଅବଧିର ୧୦୦ ଦିନିଆ କାର୍ଯ୍ୟକ୍ରମ ଅଧୀନରେ ରେଳଗାଡ଼ିର ଗତି ବଢ଼ାଇବା ନେଇ ଯୋଜନା ହୋଇଛି। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ଲାଗି ରେଳବାଇ ଆସନ୍ତା ୪ ବର୍ଷ ମଧ୍ୟରେ ପ୍ରାୟ ୧୩,୫୦୦ କୋଟି ଟଙ୍କା ବିନିଯୋଗ କରିବ।

ସମ୍ବନ୍ଧିତ ଖବର