ନୂଆଦିଲ୍ଲୀ: ବିମାନ କର୍ମଚାରୀଙ୍କୁ ଡିୟୁଟି ସମୟରେ ବିଭିନ୍ନ ନିୟମ ପାଳନ କରିବାକୁ ପଡ଼ିଥାଏ। ଡିୟୁଟି ସମୟରେ ଠିକ ଭାବେ ପୋଷାକ ପରିଧାନ ଠାରୁ କେଶ ସଜ୍ଜା ପର୍ଯ୍ୟନ୍ତ ସେମାନଙ୍କୁ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏଥିସହିତ ବିମାନ କର୍ମଚାରୀ ଗ୍ରାହକଙ୍କ ସହିତ କିଭଳି ଭାବେ ଭଲ ବ୍ୟବହାର କରିବେ ସେଥିପାଇଁ ସମୟସମୟରେ ପ୍ରଶିକ୍ଷଣ ବି ଦିଆଯାଇଥାଏ।

Advertisment

ନିକଟରେ ବିମାନ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିବା ନିୟମକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।  ଡେଲଟା ଏୟାରଲାଇନ୍ସର ଏପରି ଏକ ନିୟମ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।  ଡେଲଟା ଏୟାରଲାଇନ୍ସ ନିଜର  ବିମାନ କର୍ମଚାରୀମାନଙ୍କ ପାଇଁ ଠିକ ଅନ୍ତବସ୍ତ୍ର ପିନ୍ଧିବାର ନିୟମ ଲାଗୁ କରିଛି।  ଏହି ନିୟମ ହେତୁ ସୋସିଆଲ ମିଡିଆରେ ଏୟାରଲାଇନ୍ସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।

ନିକଟରେ ଏୟାରଲାଇନ୍ସ ଦୁଇଟି ପୃଷ୍ଠାର ମେମୋ ଜାରି କରିଛି। ଯେଉଁଥିରେ ଏହି ନିୟମ ଏବଂ ନିୟମାବଳୀ ବ୍ୟାଖ୍ୟା କରାଯାଇଛି ଏହି ଗାଇଡଲାଇନରେ କେଶ, ସଜାଇବା, ଅଳଙ୍କାର ଏବଂ ପୋଷାକ ସମ୍ବନ୍ଧରେ ଉପଯୁକ୍ତ ନିୟମ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସବୁଠାରୁ ବିଶେଷ ନିୟମ ଅନ୍ତବସ୍ତ୍ର ସହିତ ଜଡିତ  ରହିଛି।

ମେମୋ ଅନୁଯାୟୀ, ଉପଯୁକ୍ତ ଅନ୍ତବସ୍ତ୍ର ଆବଶ୍ୟକ କିନ୍ତୁ ସେଗୁଡିକ ଅଦୃଶ୍ୟ ହେବା ଉଚିତ୍ । ଏହି ନିୟମ ଅନୁସରଣ କରିବାକୁ ଏୟାରଲାଇନ୍ସ  ନୂତନ ବିମାନ କର୍ମଚାରୀଙ୍କୁ ମଧ୍ୟ କହିଛି।  ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଇବା ପାଇଁ ଏୟାରଲାଇନ୍ସ  ପ୍ରତିଶ୍ରୁତିବଦ୍ଧ । ତେଣୁ ବିମାନ କର୍ମଚାରୀଙ୍କ ପାଇଁ ଏହି ନିୟମ ପାଳନ କରିବା ଜରୁରୀ ଅଟେ।  ସେହିପରି ବିମାନ କର୍ମଚାରୀଙ୍କ ପାଇଁ କେଶର ରଙ୍ଗ କଳା ରହିବା ବାଧ୍ୟତାମୂଳକ।

ମେମୋରେ କୁହାଯାଇଛି ଯେ ବିମାନ କର୍ମଚାରୀଙ୍କ କେଶର ରଙ୍ଗ କଳାଛଡ଼ା ଅନ୍ୟ କୌଣସିରଙ୍ଗର ହେବା ଉଚିତ ନୁହେଁ। ଦୀର୍ଘକେଶ ଥିଲେ ତାହାକୁ ପଛକୁ ନେଇ ବାନ୍ଧିବାକୁ ହେବ। ହାତ ନଖରେ କୌଣସି ପ୍ରକାର ରଙ୍ଗ ଲଗାଇବାକୁ ବାରଣ କରାଯାଇଛି। ଶରୀରରେ ନାକ ଓ କାନକୁ ଛାଡ଼ି ଦେଲେ ‌ଅନ୍ୟ କୌଣସି ସ୍ଥାନରେ ଛିତ୍ର କରି କୌଣସି ବସ୍ତୁ ପିନ୍ଧି ପାରିବେ ନାହିଁ।