ଭୁବନେଶ୍ୱର : ଓଡ଼ିଶା ବାହାରେ ଥିବା ଶିଳ୍ପ ପାଇଁ କଞ୍ଚାମାଲ ଆବଣ୍ଟନକୁ ନେଇ ବିଭିନ୍ନ ଆଦିବାସୀ ଓ ଦଳିତ ସଂଗଠନର ହଜାର ହଜାର ଲୋକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ଥାନୀୟ ଶିଳ୍ପକୁ କଞ୍ଚାମାଲ ଯୋଗାଣ ପାଇଁ ସେମାନେ ଦାବି କରିଛନ୍ତି ।
ନିଜ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ନିରନ୍ତର ଯୋଗଦାନ ଦେଉଥିବା ସ୍ଥାନୀୟ ଶିଳ୍ପ ଶିଳ୍ପ ପ୍ରତି ସମର୍ଥନ ଜଣାଇବା ପାଇଁ କୋଡିଙ୍ଗାମାଳି ବିକାଶ ପରିଷଦ, ଆଦିବାସୀ ମହାସଂଘ (କୋଡିଙ୍ଗାମାଳି), ହରିଜନ ମହାସଂଘ (କୋଡିଙ୍ଗମାଳି), ଆଦିବାସୀ ମହିଳା ସଂଘ (କୋଡିଙ୍ଗମାଳି) ଓ ଡମ୍ବ ସମାଜ (କୋଡିଙ୍ଗମାଳି)ର ସଦସ୍ୟମାନେ ଆଜି କୋରାପୁଟ ଓ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇଛନ୍ତି।ସଦସ୍ୟମାନେ ରାୟଗଡ଼ା ଓ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସେମାନଙ୍କ ଖଣିଜ ଅଧିକାରର ସୁରକ୍ଷା ଏବଂ ଓଡ଼ିଶାର ବକ୍ସାଇଟ୍ ସମ୍ପଦର ଉପଯୁକ୍ତ ଆବଣ୍ଟନ ସୁନିଶ୍ଚିତ କରିବାକୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।ସେମାନେ ଏକାଠି ହୋଇ ଓଡ଼ିଶାର ବକ୍ସାଇଟ୍ ସମ୍ପଦକୁ ବାହ୍ୟ ସଂସ୍ଥାକୁ ଆବଣ୍ଟନ ନେଇ ଉଦ୍ ବେଗ ପ୍ରକାଶ କରିବା ସହ ରାଜ୍ୟ ତଥା ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଉଥିବା ସ୍ୱଚ୍ଛ ଓ ନିରପେକ୍ଷ ଅଭ୍ୟାସ ପାଇଁ ଅନୁରୋଧ କରିଛନ୍ତି।