ଡିମାଟ୍ ଆକାଉଣ୍ଟ୍, ଆପଣଙ୍କ ସେୟାର୍ ସାର୍ଟିଫିକେଟ୍ କିମ୍ବା ଅନ୍ୟାନ୍ୟ ସିକ୍ୟୁରିଟି ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ୍ ପରି ହୋଇଥାଏ, ଯାହାକି ଇଲେକ୍ଟ୍ରିକ୍ ଫର୍ମାଟ୍ରେ ରଖାଯାଏ। ଡିମାଟ୍ ଆକାଉଣ୍ଟ୍ ଡିମେଟେରିଆଲାଇଜେସନ୍ ଖାତାର ସଂକ୍ଷିପ୍ତ ରୂପ ଅଟେ ଏବଂ ଏହା ସେୟାର୍ ବଣ୍ଡ୍, ସରକାରୀ ସିକ୍ୟୁରିଟି, ମ୍ୟୁଚୁଆଲ୍ ଫଣ୍ଡ୍, ଇନ୍ସୁରାନ୍ସ ଓ ଇଟିଏଫ୍ ପରି ନିବେଶଗୁଡ଼ିକୁ ସାଇତି ରଖିବା ପ୍ରକ୍ରିୟାକୁ ସହଜ କରିଥାଏ, ଯାହାଦ୍ବାରା ଆଉ ତଥ୍ୟ ହଜିଯିବା କିମ୍ବା ନଷ୍ଟ ହେବାର କୌଣସି ଆଶଙ୍କା ନଥାଏ।
ଡିମାଟ୍ ଆକାଉଣ୍ଟ ପାଇବେ କିପରି?
ଆପଣ ଡିମାଟ୍ ଆକାଉଣ୍ଟ୍ ଖୋଲିବା ବେଳେ National Securities Depository Limited (ଏନ୍ଏସ୍ଡିଏଲ୍) କିମ୍ବା Central Depository Services Limited (ସିଏସ୍ଡିଏଲ୍) ପରି ଏକ କେନ୍ଦ୍ରୀୟ ଜମାଖାତା ସହିତ ଗୋଟିଏ ଖାତା ଖୋଲନ୍ତି। ଏହି ଜମାକାରୀମାନେ ଡିପୋଜିଟୋରି ପାର୍ଟିସିପେଣ୍ଟ୍ (ଡିପି) ନାମକ ଏଜେଣ୍ଟ୍୍ଙ୍କୁ ନିଯୁକ୍ତ କରନ୍ତି, ଯେଉଁମାନେ ନିଜ ଭିତରେ ଓ ନିବେଶକଙ୍କ ଭିତରେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରନ୍ତି। ଉଦାହରଣ ସ୍ୱରୂପ, ଆପଣଙ୍କର ବ୍ୟାଙ୍କ ଏକ ଡିପି, ଯାହା ସହିତ ଆପଣ ଏକ ଡିମାଟ୍ ଆକାଉଣ୍ଟ୍ ଖୋଲିପାରିବେ। ଷ୍ଟକ୍ ବ୍ରୋକର୍ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଡିପି ଅଟନ୍ତି, ଏବଂ ଆପଣ ସେମାନଙ୍କ ସହିତ ମଧ୍ୟ ଏକ ଡିମାଟ୍ ଆକାଉଣ୍ଟ୍ ଖୋଲିପାରିବେ।
ଯେମିତି ଗୋଟେ ବ୍ୟାଙ୍କ୍ ଆକାଉଣ୍ଟ୍ରେ ଟଙ୍କା ଥାଏ, ସେମିତି ଡିମାଟ୍ ଆକାଉଣ୍ଟ୍ ଆପଣଙ୍କ ନିବେଶକୁ ଏକ ଇଲେକ୍ଟ୍ରୋନିକ୍ ଫର୍ମାଟ୍ରେ ରଖିଥାଏ, ଯାହା ଲାପଟପ୍ କିମ୍ବା ସ୍ମାର୍ଟ ଡିଭାଇସ୍ ଓ ଇଣ୍ଟରନେଟ୍ରେ ସହଜରେ ଉପଲବ୍ଧ ହୋଇଥାଏ। ଏହାକୁ ପାଇବା ପାଇଁ ଆପଣଙ୍କୁ କେବଳ ୟୁନିକ୍ ଲଗ୍ଇନ୍ ଆଇଡି ଓ ପାସ୍ୱାର୍ଡ ଆବଶ୍ୟକ। ହେଲେ ଏକ ବ୍ୟାଙ୍କ୍ ଆକାଉଣ୍ଟ୍ ପରି, ଆପଣଙ୍କ ଡିମାଟ୍ ଆକାଉଣ୍ଟ୍ରେ କୌଣସି ପ୍ରକାର ‘ସର୍ବନିମ୍ନ ବାଲାନ୍ସ’ ରହିବା ଜରୁରୀ ନୁହେଁ।
ଡିମାଟ୍ ଆକାଉଣ୍ଟ୍ ସଂପର୍କରେ:
ଡିମାଟ୍ ଆକାଉଣ୍ଟ୍ ଖୋଲିଲେ ଆପଣ ନିମ୍ନଲିଖିତ ବିବରଣୀ ପାଇପାରିବେ
-ଡିମାଟ୍ ଆକାଉଣ୍ଟ୍ ନମ୍ବର: ଯଦି ସିଡିଏସ୍ଏଲ୍ ଅଧୀନରେ ଖାାତା ଖୋଲୁଛନ୍ତି ତେବେ ଏହା ‘ବେନିଫିସିଆରି ଆଇଡି’ ଭାବେ ନାମିତ। ଯାହାକି ୧୬ଟି ଅକ୍ଷର ବିଶିଷ୍ଟ।
-ଡିପି ଆଇଡି: ଏହି ଆଇଡି ଜମାକାରୀ ଅଂଶଗ୍ରହଣକାରୀଙ୍କୁ ଦିଆଯାଇଥାଏ। ଏହା ଆପଣଙ୍କ ଡିମାଟ୍ ଆକାଉଣ୍ଟ୍ ନମ୍ବରର ଏକ ଅଂଶ।
-ପିଓଏ ନମ୍ବର: ଏହା ପାୱାର୍ ଅଫ୍ ଆଟର୍ଣ୍ଣିଂ ଚୁକ୍ତିନାମାର ଏକ ଅଂଶ, ଯେଉଁଠାରେ ଜଣେ ନିବେଶକ ଷ୍ଟକ୍ ବ୍ରୋକର୍କୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ଆକାଉଣ୍ଟ୍ ଚଳାଇବାକୁ ଅନୁମତି ଦିଅନ୍ତି। ଏହାସହିତ ଅନ୍ଲାଇନ୍ ଆକ୍ସେସ୍ କଲେ ଆପଣ ଡିମାଟ୍ ଓ ଟ୍ରେଡିଂ ଆକାଉଣ୍ଟ୍ ପାଇଁ ଏକ ୟୁନିକ୍ ଲଗ୍ଇନ୍ ଆଇଡି ଓ ପାସ୍ୱାର୍ଡ ପାଇବେ।
ଡିମାଟ୍ ଆକାଉଣ୍ଟ୍ର ସୁବିଧା:
୧- ଡିମାଟ୍ ଆକାଉଣ୍ଟ୍ରେ ପେପର୍ ସାର୍ଟିଫିକେଟ୍ର କୌଣସି ଅାବଶ୍ୟକତା ନାହିଁ।
୨- ଏହାକୁ ସୁବିଧାରେ ଷ୍ଟୋରେଜ୍ କରିହେବ। ଆପଣଙ୍କ ସେୟାର୍ ସୁବିଧା ମୁତାବକ ଓ ସହଜରେ ଟ୍ରାନ୍ସଫର୍ କରିପାରିବେ।
୩- ଏହାକୁ ସହଜରେ ମୋବାଇଲ୍ କିମ୍ବା ଲାପ୍ଟପ୍ ମାଧ୍ୟମରେ ଘରେ ବସି ଆକ୍ସେସ୍ କରାଯାଇପାରିବ।
୪- କେବଳ ଷ୍ଟକ୍ ମାର୍କେଟ୍ ସେୟାର୍କୁ ଛାଡ଼ିଦେଲେ ଆପଣ ବିଭିନ୍ନ ପ୍ରକାରର ଆସେଟ୍ ଯେପରିକି ମ୍ୟୁଚୁଆଲ୍ ଫଣ୍ଡ୍, ଗଭର୍ଣ୍ଣମେଣ୍ଟ ସିକ୍ୟୁରିଟି, ଏକ୍ସଚେଞ୍ଜ ଟ୍ରେଡ୍ ଫଣ୍ଡ୍ସ (ଇଟିଏଫ୍) ଇତ୍ୟାଦି ବ୍ୟବହାର କରିପାରିବେ।
୫- ଡିମାଟ୍ ଆକାଉଣ୍ଟରେ ଜମାକାରୀ ଚାହିଁଲେ ନୋମିନେସନ୍ ପ୍ରକ୍ରିୟା ନିର୍ଦ୍ଧାରିତ ଉପାୟରେ କରିପାରିବେ। ଯଦି ନିବେଶକଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଯାଏ ତେବେ ନୋମିନି ପଡ଼ିଥିବା ବ୍ୟକ୍ତି ସେୟାର୍ ହୋଲ୍ଡ ପ୍ରାପ୍ତ କରିବେ। ଯାହାକି ଭବିଷ୍ୟତରେ ଯୋଜନା ପ୍ରସ୍ତୁତି କିମ୍ବା ଆଇନଗତ ବିବାଦରୁ ବର୍ତ୍ତିବା ପାଇଁ ସହାୟକ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/15/demat-account-2025-11-15-17-32-47.jpg)