ନୂଆଦିଲ୍ଲୀ: ଯେତେବେଳେ ବାହ୍ୟ ପଟୁ ବିପଦ ରହିଛି ସେହି ସମୟରେ ଭାରତ ଏକଜୁଟ ହୋଇ ରହିବା ଦରକାର। ସରକାର ଜନସଂଖ୍ୟାର କୌଣସି ବର୍ଗକୁ ଦ୍ବିତୀୟ ଶ୍ରେଣୀ ନାଗରିକ ଭାବେ ବିବେଚନା କରିବା ଅନୁଚିତ। ଦେଶରେ ସଂଖ୍ୟାଗରିଷ୍ଠତାର ଯେଉଁ ଧାରା ଜାରି ରହିଛି ତାହା ଭବିଷ୍ୟତ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ସରକାରୀ ନୀତିକୁ ଖୋଲାଖୋଲି ସମାଲୋଚନା କରିବାକୁ ପଛାଉ ନଥିବା ରାଜନଙ୍କ ମତରେ ସଂଖ୍ୟାଗରିଷ୍ଠବାଦ ହେଉଛି ବିଭାଜନକାରୀ। ଏହା ବିଭାଜନ କରିଥାଏ। ତେଣୁ ଏହାକୁ ପ୍ରତିଟି ସ୍ତରରେ ବିରୋଧ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ରାଜନ କହିଛନ୍ତି ଯେ ୨୦୦୮ରେ ଦେଖାଦେଇଥିବା ବିଶ୍ବ ମାନ୍ଦାବସ୍ଥା ପରଠାରୁ ଭାରତୀୟ ଅର୍ଥନୀତି ଏହାର କ୍ଷମତା ଅନୁସାରେ ପ୍ରଦର୍ଶନ କରିପାରୁନାହିଁ। ଦୃଢ଼ ଅଭିବୃଦ୍ଧି ସତ୍ତ୍ବେ ଆବଶ୍ୟକ ନିଯୁକ୍ତି ସୃଷ୍ଟି କରାଯାଇପାରୁନାହିଁ। ଏବେବି ଭାରତ ମହାମାରୀ ପୂର୍ବ ସ୍ଥିତି ଠାରୁ ଖରାପ ଅବସ୍ଥାରେ ରହିଥିବା ସେ କହିଛନ୍ତି।
ସଂଖ୍ୟାଗରିଷ୍ଠବାଦ ଅତ୍ୟନ୍ତ ବିପଦପୂର୍ଣ୍ଣ: ରାଜନ
/sambad/media/post_attachments/wp-content/uploads/2019/04/01-1446364242-rbi-chief-raghuram-rajan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)