ନ୍ୟୁୟର୍କ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍ ବିମୁଦ୍ରାକରଣ ପ୍ରସଙ୍ଗରେ ଆଉ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଏହା ଏକ ଭଲ ଚିନ୍ତାଧାରା ନୁହେଁ ବୋଲି ସେ ସରକାରଙ୍କୁ କହିଥିଲେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ୮୭.୫ ପ୍ରତିଶତ ମୁଦ୍ରାକୁ ଅଚଳ କରି ଦିଆଯାଇ ଥିବାରୁ ଏହାର ଯୋଜନା ଉତ୍ତମ ଭାବେ କରାଯାଇ ନଥିଲା ବୋଲି ମଧ୍ୟ ରାଜନ୍ କହିଛନ୍ତି। ୧୧ ତାରିଖରେ କେମ୍ବି୍ରଜ୍ଠାରେ ହାଭାର୍ଡ କେନେଡି ସ୍କୁଲ୍ରେ ଉଦ୍ବୋଧନ ଦେବା ଅବସରରେ ରାଜନ୍ ଏହା କହିଛନ୍ତି। ବିମୁଦ୍ରାକରଣ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ସହିତ ସରକାର ବିଚାର ବିମର୍ଶ କରି ନଥିଲେ ବୋଲି ଯାହା କୁହାଯାଉଛି ତାହାକୁ ମଧ୍ୟ ରାଜନ୍ ଖଣ୍ଡନ କରିଛନ୍ତି। ସେହିଭଳି ଜିଏସ୍ଟି ସମ୍ପର୍କରେ ରାଜନ୍ କହିଛନ୍ତି ଯେ, ଏହାକୁ ଆହୁରି ଭଲଭାବେ କାର୍ଯ୍ୟକାରୀ କରାଯାଇ ପାରିଥାନ୍ତା। ଜିଏସ୍ଟିରେ ରହିଥିବା ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ସେ କହିଛନ୍ତି।
ବିମୁଦ୍ରାକରଣ ଭଲ ଚିନ୍ତାଧାରା ନୁହେଁ: ରାଜନ୍
/sambad/media/post_attachments/wp-content/uploads/2017/10/06rajans3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)