ବିପର୍ଯ୍ୟୟ ସେ‌ସ୍ :ରାଜ୍ୟର ମତ ଲୋଡ଼ାଯିବ

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ ଯେଉଁମାତ୍ରାରେ ହେଉଛି ରାଜ୍ୟଗୁଡ଼ିକୁ ସେଥିପାଇଁ ପାଣ୍ଠି ଯୋଗାଇ ଦେବାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଯଥେଷ୍ଟ ନୁହେଁ। ତେଣୁ ଜିଏସ୍‌ଟି ବ୍ୟବସ୍ଥାରେ ରାଜ୍ୟଭିତ୍ତିକ କିମ୍ବା ଦେଶବ୍ୟାପୀ ବିପର୍ଯ୍ୟୟ ସେସ ଲାଗୁ କରାଯିବା ସେ ନେଇ ରାଜ୍ୟ ଗୁଡ଼ିକ ସହ ଆଲୋଚନା କରାଯିବ ବୋଲି ଜିଏସ୍‌ଟି ପରିଷଦ ପକ୍ଷରୁ ଗଠିତ ଏକ ୭ଜଣିଆ ମନ୍ତ୍ରୀଗୋଷ୍ଠୀ ପକ୍ଷରୁ ଏହା କୁହାଯାଇଛି। କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ, ଜିଏସଟି ପରିଷଦ ପକ୍ଷରୁ ୧୫ରୁ ୨୦ଟି ପ୍ରଶ୍ନ ପ୍ରସ୍ତୁତ କରାଯାଇ ସେଗୁଡ଼ିକୁ ରାଜ୍ୟଗୁଡ଼ିକୁ ପଠାଯିବ। ଏ ସମ୍ପର୍କରେ ଆଇନ ଗତ ଅସୁବିଧା କିଛି ରହିଛି କି ନାହିଁ ‌ତାହା ଉପରେ ଆଟର୍ଣ୍ଣି ଜେନେରାଲଙ୍କ ମତାମତ ମଧ୍ୟ ନିଆଯିବ। ବିପର୍ଯ୍ୟୟ ସେସ୍ ଆଦାୟ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଜିଏସ୍‌ଟି ପରିଷଦ ପକ୍ଷରୁ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ‌ମନ୍ତ୍ରୀଗୋଷ୍ଠୀରେ ଓଡ଼ିଶା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମେତ କେରଳ, ପଞ୍ଜାବ, ଆସାମ, ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟର ଅର୍ଥମନ୍ତ୍ରୀମାନେ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର