ପୁରୁଷ ପୋଷାକ ବଜାରରେ ସବୁ ବେଳେ ନୂଆ ନୂଆ ଡିଜାଇନ୍କୁ ଗୁରୁତ୍ୱ ଦିଆଯାଇଥାଏ। ମାତ୍ର ମହିଳା ପୋଷାକ ବର୍ଗରେ ଡିଜାଇନ୍କୁ ନେଇ ଯେତିକି ସ୍ୱାଧୀନତା ରହିଥାଏ ତାହା ପୁରୁଷ ପୋଷାକ ବଜାରରେ ଦେଖିବାକୁ ମିଳେନାହିଁ। ଜିନ୍ସ, ଟି-ସାର୍ଟଠାରୁ ଆରମ୍ଭ କରି ଫର୍ମାଲ୍ ପୋଷାକ ମଧ୍ୟରେ ସମ୍ପୂର୍ଣ୍ଣ ବଜାର ସୀମିତ ରହିଥାଏ। ପୁରୁଷ ପୋଷାକ ବଜାର ସାଧାରଣତଃ ଦୁଇ ପ୍ରକାର। ଗୋଟିଏ ହେଉଛି ବ୍ରାଣ୍ଡେ୍ଡ୍ ବଜାର ଏବଂ ଅନ୍ୟଟି ହେଉଛି ଅଣ ବ୍ରାଣ୍ଡେଡ୍ ବା କମ୍ ଜଣାଶୁଣା ବ୍ରାଣ୍ଡ୍ର ବଜାର। ବ୍ରାଣ୍ଡେଡ୍ ବଜାର ତୁଳନାରେ ଅଣ-ବ୍ରାଣ୍ଡେଡ୍ ପୁରୁଷ ପୋଷାକ ବଜାର ବହୁତ ବଡ଼ ବୋଲି ଆକଳନ କରାଯାଇଛି। କିନ୍ତୁ ବ୍ରାଣ୍ଡେ୍ ବଜାରର ଚମକ ଅଧିକ। ନିମ୍ନ ମଧ୍ୟ ବିତ୍ତ ପରିବାରଠାରୁ ଆରମ୍ଭ କରି ଧନୀ ପରିବାର ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଭୁବନେଶ୍ୱରରେ ସେଣ୍ଟ୍ରାଲ୍ ଭୁବନେଶ୍ୱର, ପାଣ୍ଟାଲୁନ୍ସ, ବିଗ୍ ବଜାର୍, ଫେବିବି ଷ୍ଟୋର୍, ରିଲାଏନ୍ସ ଟ୍ରେଣ୍ଡ୍, ରିଲାଏନ୍ସ ସୁପର୍, କଳା ମନ୍ଦିର ରୟାଲ୍, କଳା ମନ୍ଦିର, ଅଲ୍ ଦାଟ୍ ଜାଜ୍, ବ୍ରାଣ୍ଡ୍ ଫ୍ୟାକ୍ଟରି ଆଦି ଷ୍ଟୋର୍ରେ ଅନେକ ନାମିଦାମୀ ବ୍ରାଣ୍ଡ୍ର ପୋଷାକ ବିକ୍ରି ହେଉଛି। ଏହି ସବୁ ଷ୍ଟୋର୍ରେ ୫୦୦ ଟଙ୍କାରୁ ପୋଷାକଗୁଡ଼ିକର ଦାମ ଆରମ୍ଭ ହେଉଛି। କେତେକ ଷ୍ଟୋର୍ରେ ରାଉଣ୍ଡ୍ ନେକ୍ ଟି-ସାର୍ଟ ଅବଶ୍ୟ ଏହାଠାରୁ କମ୍ ଦରରେ ଉପଲବ୍ଧ ମଧ୍ୟ ହେଉଛି।
ମଣ୍ଟେ କାର୍ଲୋର ଡେନିମ୍
ଦେଶର ଏକ ଅଗ୍ରଣୀ ପୁରୁଷ ପୋଷାକ ବ୍ରାଣ୍ଡ୍ ମଣ୍ଟେ କାର୍ଲୋ ପକ୍ଷରୁ ଏହାର ଡେନିମ୍ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ବସନ୍ତ ଋତୁକୁ ଦୃଷ୍ଟିରେ ରଖି କଂପାନି ଏହି ପୋଷାକଗୁଡ଼ିକ ଆଣିଛି। ସତେଜ ରଙ୍ଗକୁ ଏଥିରେ ବ୍ୟବହାର କରାଯାଇଥିଲା ବେଳେ ପୁରୁଷମାନଙ୍କ ବ୍ୟକ୍ତିତ୍ୱକୁ ସୁହାଇବା ଭଳି ଡିଜାଇନ୍୍ର ପୋଷାକ ପ୍ରସ୍ତୁତ କରାଯାଇଛି। ଏହି ସମ୍ଭାରରେ ରହିଛି ଜିନ୍ସ, ଟି-ସାର୍ଟ, ସର୍ଟସ୍, ଇତ୍ୟାଦି। କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ମୋନିକା ଓସ୍ୱାଲ କହିଛନ୍ତି ଯେ, ଆମେ ଭାବୁଛୁ ଡେନିମ୍ ସମସ୍ତଙ୍କ ପାଇଁ ଉପଯୁକ୍ତ। ଡେନିମ୍ କେବଳ ଜିନ୍ସରେ ସୀମିତ ନୁହେଁ। ଏହାକୁ ସାର୍ଟ ଏବଂ ଅନ୍ୟ ବିଭିନ୍ନ ପ୍ରକାର ପୋଷାକ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।
ଓକ୍ସେମ୍ବର୍ଗର ନୂଆ ଡିଜାଇନ୍
ଗୁଣାତ୍ମକ ମାନ, ଷ୍ଟାଇଲ୍ ଏବଂ ଆକର୍ଷଣ ପାଇଁ ଜଣାଶୁଣା ପୁରୁଷ ପୋଷାକ ବ୍ରାଣ୍ଡ୍ ହେଉଛି ଓକ୍ସେମ୍ବର୍ଗ। ଏହା ନିଜର ବସନ୍ତ ଗ୍ରୀଷ୍ଣ ସମ୍ଭାରକୁ ଉନ୍ମୋଚନ କରିଛି। ଉନ୍ନତ ମାନର ଫେବ୍ରିକ୍ସକୁ ଏଥିପାଇଁ ବ୍ୟବହାର କରାଯାଇଛି। ଦକ୍ଷିଣ ଆଫ୍ରିକାର ସହର କେପ୍ ଟାଉନ୍ରୁ ଅନୁପ୍ରାଣିତ ହୋଇ କଂପାନି ଏହି ପୋଷାକ ସମ୍ଭାରକୁ ପ୍ରସ୍ତୁତ କରିଛି। ଏହି ସମ୍ଭାରରେ ରହିଛି ଫର୍ମାଲ୍ ପୋଷାକ, ସେମି-ଫର୍ମାଲ୍, କାଜୁଆଲ୍ ଇତ୍ୟାଦି। ଏହି ପୋଷାକ ସମ୍ଭାରକୁ ଉନ୍ମୋଚନ କରି ସିୟାରାମ୍ର ସିଏମ୍ଡି ରମେଶ ପୋଦାର କହିଛନ୍ତି ଯେ ଏହି ନୂଆ ପୋଷାକଗୁଡ଼ିକ ଜରିଆରେ ଆମେ ଆମର ବ୍ରାଣ୍ଡ୍କୁ ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛୁ। ଭାରତୀୟ ବଜାରରେ କଂପାନି ଏହାର ସ୍ଥିତି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି।
ଡ୍ୟୁକ୍ ଫେସନ୍ର ପୋଷାକ
ଡ୍ୟୁକ୍ ଫେସନ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ପୁରୁଷମାନଙ୍କ ପାଇଁ ଟି-ସାର୍ଟ, ଜ୍ୟାକେଟ୍, ସ୍ୱେଟର, ସ୍ୱେଟ୍ ସାର୍ଟ, ଟ୍ରାକ୍ ସୁଟ୍, ଥର୍ମାଲ୍ସ, ଜଗିଙ୍ଗ ସୁଟସ୍, ସାର୍ଟ, ଡେନିମ୍, ଟ୍ରାଉଜର୍, ଲୋୟରସ୍, ବରମୁଡା, ସର୍ଟସ୍, ଭାଲ୍ୟୁ ପ୍ୟାକ୍, ଲାଉଞ୍ଜ ଓୟାର୍ ଏବଂ ଆକ୍ସେସୋରିଜ୍ ଆଦି ବିକ୍ରି କରାଯାଉଛି। ନିକଟରେ ଓ୍ଵାଲମାର୍ଟ ଇଣ୍ଡିଆ ପକ୍ଷରୁ ଡ୍ୟୁକ୍ ଫେସନ୍କୁ ‘ଦି ବେଷ୍ଟ ସପ୍ଲାୟର୍ ଆଓ୍ଵାର୍ଡ’ ପ୍ରଦାନ କରାଯାଇଛି। କଂପାନିର ନିର୍ଦେଶକ କୁନ୍ତଲ ରାଜ୍ ଜୈନ୍ ଏହି ପୁରସ୍କାରକୁ ଓ୍ଵାଲମାର୍ଟ ଇଣ୍ଡିଆର ସିଇଓ କ୍ରିସ୍ ଆୟାରଙ୍କଠାରୁ ଗ୍ରହଣ କରିଛନ୍ତି। ଏହି ଅବସରରେ ଡ୍ୟୁକ୍ର ବ୍ର୍ରାଣ୍ଡ୍ ମୁଖ୍ୟ ଗଗନ୍ ଜୈନ୍ ଉପସ୍ଥିତ ଥିଲେ।