ଜମାକାରୀମାନେ ୯୦ ଦିନ ମଧ୍ୟରେ ପାଇବେ ଜମା ବୀମାରାଶି, ଆଇନରେ ସଂଶୋଧନ କରିବେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ବୁଧବାରଦିନ ଡିପୋଜିଟ୍ ଇନସୁରାନ୍ସ ଏଣ୍ଡ୍ କ୍ରେଡିଟ୍ ଗ୍ୟାରେଣ୍ଟି ଆଇନରେ ସଂଶୋଧନ ପ୍ରସ୍ତାବକୁ ମଂଜୁରୀ ଦେଇଛି । ଏଥିପାଇଁ ସଂସଦରେ ଏକ ସ୍ବତନ୍ତ୍ର ବିଲ ଆଗତ କରାଯିବ ।

ଏହି ବିଲରେ ଥିବା ବ୍ୟବସ୍ଥା ଅନୁସାରେ କୌଣସି ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ମୋରାଟୋରିଅମ ଲଗାଇଲେ ମଧ୍ୟ ଜମାକାରୀମାନେ ୯୦ ଦିନ ମଧ୍ୟରେ ନିଜର ଜମା ବୀମା ରାଶି ପାଇପାରିବେ । ସେହିପରି କୌଣସି ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ମୋରାଟୋରିଅମ ଲଗାଇବା ପରେ ଗ୍ରାହକମାନେ ଭୋଗୁଥିବା ଅସୁବିଧାର ସମାଧାନ ପାଇଁ ଏକ ଡିପୋଜିଟ୍ ଇନସୁରାନ୍ସ ଏଣ୍ଡ୍ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ ଗଠନ କରାଯିବ ।

ଆଜିର କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଜମାକାରୀମାନେ ୯୦ ଦିନ ମଧ୍ୟରେ ନିଜ ଜମାବୀମା ରାଶି ବାବଦରେ ୫ ଲକ୍ଷ ପାଇବେ ।
କୌଣସି ବ୍ୟାଙ୍କର କୌଣସି ବ୍ୟାଙ୍କର ଆର୍ଥିକ ଅବସ୍ଥାରେ ଅବନତି ଦେଖାଗଲେ ରିଜର୍ଭ ବ୍ୟାଙ୍କ ସେଥିରେ ହସ୍ତକ୍ଷେପ କରି ଉକ୍ତ ବ୍ୟାଙ୍କ ଉପରେ ମୋରାଟୋରିୟମ ଲଗାନ୍ତି । ମୋରାଟୋରିୟମ ଲାଗିଥିବା ସମୟରେ ବ୍ୟାଙ୍କର ଆର୍ଥିକ କାରବାର ଉପରେ ରୋକ ଲାଗିଥାଏ । ତେବେ ଜମାଉଠାଣ ଉପରେ ରୋକ ଲଗାଯାଇଥିବାରୁ ଗ୍ରାହକମାନେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ନୂଆ ବିଲଟି ଆଇନରେ ପରିଣତ ହେଲେ ଗ୍ରାହକଙ୍କ ସମସ୍ୟା ଦୂର ହେବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର