କେନ୍ଦ୍ର କର୍ମଚାରୀଙ୍କ ଡେପୁଟେସନ୍‌ ଭତ୍ତା ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଡେପୁଟେସନ୍‌ ଭତ୍ତା ବୃଦ୍ଧି କରିଛନ୍ତି। କର୍ମଚାରୀଙ୍କ ଡେପୁଟେସନ୍‌ ଗୋଟିଏ ଷ୍ଟେସନ୍‌ରେ ହେଲେ ତାଙ୍କୁ ମୌଳିକ ବେତନର ୫ ପ୍ରତିଶତ ଭତ୍ତା ପ୍ରଦାନ କରାଯିବ। ତେବେ ଏହାର ସର୍ବୋଚ୍ଚ ସୀମା ମାସିକ ୪୫୦୦ ଟଙ୍କା ରଖାଯାଇଛି। ବର୍ତମାନ କର୍ମଚାରୀମାନେ ଏହି ଭତ୍ତା ବାବଦରେ ମୌଳିକ ବେତନର ୫ ପ୍ରତିଶତ ପାଉଥିଲେ ମଧ୍ୟ ମାସିକ ସର୍ବାଧିକ ୨୦୦୦ ଟଙ୍କା ପାଉଛନ୍ତି। ସେହିଭଳି କର୍ମଚାରୀ ଅନ୍ୟ ଏକ ଷ୍ଟେସନ୍‌କୁ ଡେପୁଟେସନ୍‌ରେ ଗଲେ ତାଙ୍କୁ ମୌଳିକ ବେତନର ୧୦ ପ୍ରତିଶତ ଭତ୍ତା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର