ନୂଆଦିଲ୍ଲୀ: ବିମୁଦ୍ରାୟନ ପରେ ଅଚଳ ହୋଇ ପଡ଼ିଥିବା ବିପୁଳ ପରିମାଣର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍କୁ ନେଇ ଏକ ବଡ଼ ଚିନ୍ତା ମଧ୍ୟରେ ପଡ଼ି ଯାଇଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ)। ବିପୁଳ ପରିମାଣର ଏହି ଅଚଳ ନୋଟ୍କୁ କିପରି ନଷ୍ଟ କରାଯିବ, ଅବା କେଉଁ ଉପାୟ ପ୍ରୟୋଗ କରି ଏହାକୁ ପୁନଃ ବିନିଯୋଗ କ୍ଷମ କରାଯାଇ ପାରିବ ସେନେଇ କୌଣସି ବୁଦ୍ଧିବାଟ ପାଉ ନ ଥିଲା ଆର୍ବିଆଇ! ଏବେ ଏହି ଚିନ୍ତାରୁ ଆର୍ବିଆଇକୁ ମୁକ୍ତି ମିଳିଛି। କାରଣ, ୭୫୦ ଟନ୍ ଓଜନର ଅଚଳ ୫୦୦ ଓ ୧୦୦୦ ନୋଟ୍କୁ ଦକ୍ଷିଣ ଆଫ୍ରିକା କିଣିନେଇ, ୨୦୧୯ରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକାର ସାଧାରଣ ନିର୍ବାଚନରେ ବ୍ୟବହାର କରିବ ବୋଲି ଜାଣିବା ପରେ ଏବେ ଆର୍ବିଆଇ ମୁଣ୍ଡରୁ ଚିନ୍ତାର ବୋଝ ଓହ୍ଲାଇ ଯାଇଛି। ତେବେ,ଯେଉଁ ଉପାୟରେ ଦକ୍ଷିଣ ଆଫ୍ରିକା ଭାରତର ଅଚଳ ନୋଟ୍ ସବୁକୁ ନିଜ ନିର୍ବାଚନ କାର୍ଯ୍ୟରେ ଉପଯୋଗ କରିବ; ତାହା ବେଶ୍ ରୋଚକ!
Gaon Connectionଅବଶ୍ୟ ଏଥିପାଇଁ ଧନ୍ୟବାଦର ପାତ୍ର ହେଉଛନ୍ତି କେରଳସ୍ଥିତ େଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ପ୍ଲାଇଉଡ୍ କମ୍ପାନି। ମିଳିଥିବା ସୂଚନା ଅନୁଯାୟୀ, େଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ପ୍ଲାଇଉଡ୍ କମ୍ପାନି ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି। ଚୁକ୍ତିର ସର୍ତ୍ତ ଅନୁଯାୟୀ, ଆର୍ବିଆଇ ୭୫୦ଟନ୍ ଓଜନର ଅଚଳ ୫୦୦ ଓ ୧୦୦୦ ନୋଟ୍ ସବୁକୁ କଟର ସାହାଯ୍ୟରେ କାଟି ଖଣ୍ଡ ଖଣ୍ଡ କରିଦେବା ପରେ ସେସବୁକୁ ପ୍ରାୟ ୫୦ଟି ୧୬ ଚକା ବିଶିଷ୍ଟ ଟ୍ରେଲରରେ ନେଇ ପହଞ୍ଚାଇଦେବ କେରଳର େଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ପ୍ଲାଇଉଡ୍ କମ୍ପାନିରେ। ପରେ, ସଂପୃକ୍ତ କମ୍ପାନି ଉଚ୍ଚତାପରେ ଜଳୁଥିବା ଏକ ଚୁଲି ସାହାଯ୍ୟରେ ଏହି ସବୁ ଟୁକୁଡ଼ା ନୋଟକୁ ରାନ୍ଧି ଏଥିରୁ ହାର୍ଡବୋର୍ଡ ପ୍ରସ୍ତୁତି ପାଇଁ ଆବଶ୍ୟକ ପଡ଼ୁଥିବା ‘ଉଡ୍ ପ୍ଲ୍ପ’ ତିଆରି କରିବ। ପରବର୍ତ୍ତୀ ପର୍ଯ୍ୟାୟରେ କମ୍ପାନି ଏହାକୁ ବ୍ୟବହାର କରି ହାର୍ଡବୋର୍ଡ ଉତ୍ପାଦନ କରିବ। ପରେ, ସଂପୃକ୍ତ କମ୍ପାନି ଅଚଳ ଭାରତୀୟ ନୋଟ୍ରୁ ପ୍ରସ୍ତୁତ ହୋଇଥିବା ଏହି ହାର୍ଡବୋର୍ଡ ସବୁକୁ ଦକ୍ଷିଣ ଆଫ୍ରିକାକୁ ରପ୍ତାନି କରିବ। ସେଠାରେ ୨୦୧୯ରେ ଅନୁଷ୍ଠିତ ନିର୍ବାଚନରେ ଏସବୁ ହାର୍ଡବୋର୍ଡକୁ ପ୍ରଚାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ପ୍ଲାକାର୍ଡ ଓ ହୋର୍ଡିଂ ଆକାରରେ ବ୍ୟବହାର କରାଯିବ।
NDTVଏ ସଂପର୍କରେ ସୂଚନା ଦେଇ େଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ପ୍ଲାଇଉଡ୍ କମ୍ପାନିର ଜେନେରାଲ ମ୍ୟାନେଜର ବିଏମ୍ ବାଭା ଗଣମାଧ୍ୟମକୁ କହିଛନ୍ତି ଯେ ବିମୁଦ୍ରାୟନ ଘୋଷଣାର କିଛିଦିନ ପରେ ଥିରୁବନ୍ତପୁରମ୍ ଠାରେ ଥିବା ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଆମ ନିକଟକୁ ଆସିଥିଲେ। ସେତେବେଳ ପର୍ଯ୍ୟନ୍ତ ଅଚଳ ଘୋଷିତ ବିପୁଳ ପରିମାଣର ଏହି ନୋଟ୍ ସବୁକୁ କିପରି ଭାବେ ନଷ୍ଟ କରାଯିବ; ତାହାର ଉପାୟ କାହାରିକୁ ହେଲେ ଜଣା ନଥିଲା। ଅନ୍ୟପକ୍ଷରେ ଅତ୍ୟନ୍ତ ଉଚ୍ଚମାନର ସ୍ୱତନ୍ତ୍ର କାଗଜରେ ଛପା ଯାଇଥିବା ଏହି ନୋଟ୍ ସବୁକୁ ଯଦି ନିଆଁରେ ପୋଡ଼ି ନଷ୍ଟ କରାଯାଇ ଥାଆନ୍ତା, ତେବେ ଏହା ପରିବେଶ ଉପରେ ଅତ୍ୟନ୍ତ ପ୍ରତିକୂଳ ପ୍ରଭାବ ପକାଇଥାନ୍ତା। ସେଥିପାଇଁ ଆମେ ଅଚଳ ନୋଟର କିଛି ନମୁନା ଆର୍ବିଆଇ କର୍ତ୍ତୃପକ୍ଷଙ୍କୁ ମାଗିଥିଲୁ। ସେମାନେ ଆମକୁ ନମୁନା ଦେବାପରେ ଆମେ ତାହାକୁ ଆମର ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ବିଭାଗକୁ ଦେବା ସହ ଏହାକୁ କିପରି ପୁନଃ ବିନିଯୋଗକ୍ଷମ କରାଯାଇ ପାରିବ ତାହାର ଉପାୟ ବାହାର କରିବାକୁ କହିଥିଲୁ। ସେମାନେ ଏ ସଂପର୍କରେ ଗବେଷଣା କରି ଏହି ଉପାୟରେ ଅଚଳ ନୋଟରୁ ବୋର୍ଡ ପ୍ରସ୍ତୁତ ହୋଇପାରିବ ବୋଲି କହିଥିଲେ। ଏ ସଂପର୍କରେ ଆର୍ବିଆଇ ନିଜେ ସତ୍ୟତା ପରଖିବା ପରେ ଅଚଳ ନୋଟ ବିକ୍ରୟ ପାଇଁ ଆମ ସହ ଚୁକ୍ତି ସ୍ୱାକ୍ଷରିତ କରିଥିଲେ ବୋଲି କହିଛନ୍ତି ଶ୍ରୀ ବାଭା।
The Western India Plywoods Ltdଏଥିସହ ଶ୍ରୀ ବାଭା କହିଛନ୍ତି ଯେ ଆମ କମ୍ପାନି ଦ୍ୱାରା ଉତ୍ପାଦିତ ସାମଗ୍ରୀ ନିୟମିତ ଭାବେ ଦକ୍ଷିଣ ଆଫ୍ରିକା ଓ ମଧ୍ୟପ୍ରାଚ୍ୟକୁ ରପ୍ତାନି ହୋଇଥାଏ। ଏବେ, ଆମ ନିକଟରେ ଦକ୍ଷିଣ ଆଫ୍ରିକାରୁ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଅର୍ଡରର ମାତ୍ରା ଅଧିକ ଥିବାରୁ ଆମେ ଅଚଳ ନୋଟ୍ରୁ ପ୍ରସ୍ତୁତ ବୋର୍ଡ ସବୁକୁ ଦକ୍ଷିଣ ଆଫ୍ରିକାକୁ ପଠାଇବୁ। ଅନ୍ୟପକ୍ଷରେ ଅଚଳ ନୋଟ୍କୁ ପୁନଃ ବିନିଯୋଗକ୍ଷମ କରିବାର ଜ୍ଞାନକୌଶଳ ସମଗ୍ର ଦେଶରେ କେବଳ ମାତ୍ର େଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ପ୍ଲାଇଉଡ୍ କମ୍ପାନି ନିକଟରେ ରହିଛି ବୋଲି ସେ ଦାବି କରିବା ସହ ଅଚଳ ନୋଟ୍ ସବୁକୁ ଟନ୍ ପ୍ରତି ୧୨୮ଟଙ୍କା ଦରରେ କମ୍ପାନି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଠାରୁ କିଣିଛି ବୋଲି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/rbi.jpg)