ଏହି ଡୁଆଲ ସିମ୍‌ ଫିଚରଫୋନଟିର ମୂଲ୍ୟ ମାତ୍ର ୩୯୯ ଟଙ୍କା

ନୂଆଦିଲ୍ଲୀ: ଶସ୍ତା ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନି ଡିଟେଲ୍‌ ପକ୍ଷରୁ ଆଉ ଏକ ଫିଚର ଫୋନ ଏକ ଆଶ୍ଚର୍ଯ୍ୟଜନକ ଦରରେ ବଜାରକୁ ଛଡ଼ାଯାଇଛି । ଏହାର ନାମ ରହିଛି ଡି୧ ପ୍ଲସ୍‌ । ଏହି ଡୁଆଲ ସିମ୍‌ ଫୋନର ମୂଲ୍ୟ ରହିଛି ମାତ୍ର ୩୯୯ ଟଙ୍କା । କମ୍ପାନି ପୂର୍ବରୁ ମଧ୍ୟ ମାତ୍ର ୩୪୯ ଟଙ୍କାରେ ଏକ ସିଙ୍ଗଲ ସିମ ଫିଚର ଫୋନ ବଜାରକୁ ଛାଡି ଚହଳ ସୃଷ୍ଟି କରିଥିଲା । ତେବେ ନୂଆ ଫୋନଟି ଦୃଷ୍ଟିହୀନ, ବରିଷ୍ଠ ନାଗରିକ ତଥା ଶିଶୁମାନଙ୍କ ବ୍ୟବହାର ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏଥିରେ ଏକ ସ୍ୱତନ୍ତ୍ର ଫିଚର ରହିଛି, ଯାହାର ନାଁ ହେଉଛି ଟକିଂ ଫିଚର । ଟକିଂ ଫିଚର ମାଧ୍ୟମରେ ପଛପଟେ ଥିବା ସ୍ପିକରକୁ ବ୍ୟବହାର କରି ନମ୍ବର ଡାଏଲିଂ ବା କଣ୍ଟାକ୍ଟ ଖୋଜିବାବେଳେ ତାହାକୁ ଶୁଣିପାରିବେ । ଏହାର ଅନ୍ୟ ଫିଚର ଗୁଡ଼ିକ ହେଲା ଟର୍ଚ ଲାଇଟ୍‌, ଜିପିଆରଏସ େଓ୍ଵବ ବ୍ରାଉଜର, ଥ୍ରୀଡି ସ୍ପିକର, ମାଇକ୍ରୋ ଏସଡିକାର୍ଡ ସପୋର୍ଟ । ଏହା ୭ଟି ରଂଗରେ ମିଳୁଛି ଓ ଏଥିରେ ଏକ ୬୫୦ ଏମଏଚ ବ୍ୟାଟେରୀ ଲାଗିଛି । ଆସନ୍ତା ଜାନୁୟାରୀ ୨୬ରେ ଏହି ଫୋନଟି କେବଳ ବିଟୁବିଅଡ୍ଡା ଡଟ୍‌ କମରେ ଉପଲବ୍ଧ ହେବ ।

କମ୍ପାନି ବିଏସଏନଏଲ ସହ ମିଶି ଏହି ଫୋନକୁ ଏକ ବଣ୍ଡଲଡ୍‌ ଅଫର ମାଧ୍ୟମରେ ଛାଡିବ । ୪୯୯ ଟଙ୍କା ଦେଲେ ଏକ ଫ୍ରି ଭଏସ କଲିଂ ପ୍ଲାନ ସହ ଏହି ଫୋନଟି ମିଳିପାରିବ । ତେବେ ବିଏସଏନଏଲ ଏପର୍ଯ୍ୟନ୍ତ ଏହି ଅଫର ସଂପର୍କରେ ଆନୁଷ୍ଠାନିକ ଘୋଷଣା କରିନାହିଁ ।

ସମ୍ବନ୍ଧିତ ଖବର