ହରଡ଼ ଡାଲି, ବିରିର ଷ୍ଟକ୍ ସୀମା ନିର୍ଧାରଣ

ନୂଆଦିଲ୍ଲୀ: ହରଡ଼ ଡାଲି ଓ ବିରି ମୂଲ୍ୟକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି କେନ୍ଦ୍ର ସରକାର ତାହାର ଷ୍ଟକ୍ ସୀମା ଧାର୍ଯ୍ୟ କରିଛନ୍ତି। ପାଇକାରୀ, ଖୁଚୁରା ବିକ୍ରେତା, ବଡ଼ ରିଟେଲର, ମିଲର ଓ ଆମଦାନିକାରୀମାନଙ୍କ ଲାଗି ଭିନ୍ନ ଭିନ୍ନ ସୀମା ନିର୍ଧାରଣ କରାଯାଇଛି। ତା’ଠାରୁ ଅଧିକ ଡାଲି କେହି ରଖିପାରିବେ ନାହିଁ। ଯେଉଁମାନେ ଡାଲି ମହଜୁଦ ରଖିଥିବା ଧରାପଡ଼ିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏହି ଷ୍ଟକ୍ ସୀମା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରହିବ। ପାଇକାରୀ ବିକ୍ରେତାମାନେ ନିଜ ପାଖରେ ୨୦୦ ଟନ୍, ଖୁଚରା ବିକ୍ରେତା ୫ ଟନ୍, ବଡ଼ ରିଟେଲ୍‌ ଶୃଙ୍ଖଳା ୨୦୦ ଟନ୍ ଓ ମିଲ୍‌ଗୁଡ଼ିକ ଶେଷ ତିନି ମାସର ଉତ୍ପାଦନ କିମ୍ବା ସ୍ଥାପିତ ବାର୍ଷିକ କ୍ଷମତାର ୨୫% ଡାଲି ପାଖରେ ରଖିପାରିବେ।

ସମ୍ବନ୍ଧିତ ଖବର