ଆଇଟି ଭିତ୍ତିଭୂମି ସୁଦୃଢ଼ ହେଲେ ଇ-େଓ୍ଵ ବିଲ୍‌ କାର୍ଯ୍ୟକାରୀ ହେବ

ନୂଆଦିଲ୍ଲୀ: ଜିଏସ୍‌ଟି ପାଇଁ ପ୍ରସ୍ତୁତ ହୋଇଥିବା ଆଇଟି ନେଟଓ୍ଵାର୍କ ସୁଦୃଢ଼ ହେବା ପରେ ଯାଇ ହିଁ ଦେଶରେ ଇ-େଓ୍ଵ ବିଲ୍‌ କେବେଠାରୁ କାର୍ଯ୍ୟକାରୀ ହେବ ତାହାର ତାରିଖ ସ୍ଥିର ହେବ। ଉଲ୍ଲେଖଯୋଗ୍ୟ ଯେ ଜିଏସ୍‌ଟି ବ୍ୟବସ୍ଥାରେ ଟିକସ ଠକେଇକୁ ରୋକିବା ପାଇଁ ଚଳିତ ମାସ ୧ ତାରିଖରୁ ଇ-େଓ୍ଵ ବିଲ୍‌ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ। କିନ୍ତୁ ଏହି ନିୟମ ଲାଗୁ ହେବାର ପ୍ରଥମ ଦିନ ହିଁ ଆଇଟି ବ୍ୟବସ୍ଥା କାର୍ଯ୍ୟ ନକରିବାରୁ ସରକାରଙ୍କୁ ଏହା ଘୁଞ୍ଚାଇବାକୁ ପଡ଼ିଛି। ଲକ୍ଷ ଲକ୍ଷ ସଂଖ୍ୟାରେ ଇ-େଓ୍ଵ ବିଲ୍‌ ସୃଷ୍ଟି କରିବାର ଭାର ଜିଏସ୍‌ଟି ନେଟଓ୍ଵାର୍କର ସର୍ଭର ସହି ପାରିଲା ନାହିଁ। ତେବେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଜିଏସ୍‌ଟିଏନ୍‌ ଠାରୁ ରିପୋର୍ଟ ତଲବ କରାଯାଇଛି। ଅର୍ଥ ସଚିବ ହସମୁଖ ଅଧିଆ କହିଛନ୍ତି, ଏବେ ଆଇଟି ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ପରେ ହିଁ ଯାଇ ସରକାର ଇ-େଓ୍ଵ ବିଲ୍‌ ଲାଗୁ କରିବାର ତାରିଖ ସ୍ଥିର କରିବେ। ଯଦିଓ ୧ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହୋଇଥିଲା କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ପର୍‌ମିଟ୍‌ କାଗଜ ବାହାରି ପାରି ନଥିଲା। ଏହି ସମସ୍ୟା କାହିଁକି ଦେଖାଦେଲା ଏବଂ ଏହାକୁ ଠିକ୍‌ କରିବା ଲାଗି କେତେ ସମୟ ଲାଗିବ ସେ ସମ୍ପର୍କରେ ଜଣାଇବା ପାଇଁ ଜିଏସ୍‌ଟିଏନ୍‌ ଅଧ୍ୟକ୍ଷ ଅଜୟ ଭୂଷଣ ପାଣ୍ଡେଙ୍କୁ କୁହାଯାଇଛି ବୋଲି ଶ୍ରୀ ଅଧିଆ କହିଛନ୍ତି। ଇ-େଓ୍ଵ ବିଲ୍‌ ପାଇଁ ଅଧିକ ସଂଖ୍ୟାରେ ହିଟ୍‌ ହେବା ଯୋଗୁଁ ଜିଏସ୍‌ଟିଏନ୍‌ ସର୍ଭର କାର୍ଯ୍ୟ କରିଲା ନାହିଁ। ଫଳରେ ସରକାରଙ୍କୁ ଏହାକୁ ଏବେ ବନ୍ଦ ରଖିବାକୁ ପଡ଼ିଛି। ଆଇଟି ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ପରେ ଇ-େଓ୍ଵ ବିଲ୍‌ ପୁନର୍ବାର ଚାଲିବ। ଟିକସ ଠକେଇକୁ ରୋକିବା ପାଇଁ ଏହା କରାଯାଉଥିବାରୁ ଏଥିରୁ ପଛକୁ ହଟିବାର ନାହିଁ ବୋଲି ଶ୍ରୀ ଅଧିଆ କହିଛନ୍ତି। ତେବେ ଇ-େଓ୍ଵ ବିଲ୍‌କୁ ନେଇ ଅନେକ ବ୍ୟବସାୟୀ ଅସୁବିଧାରେ ପଡ଼ିଛନ୍ତି। ବାଟରେ ଅସୁବିଧାରେ ପଡ଼ିବା ଭୟରେ ଟ୍ରକ୍‌ରେ ମାଲ୍‌ ପରିବହନକୁ ଅନେକ ବ୍ୟବସାୟୀ ବନ୍ଦ ରଖିଛନ୍ତି।

ସମ୍ବନ୍ଧିତ ଖବର