ଜିଡିପି, ମୁଦ୍ରାସ୍ଫୀତି ଆକଳନ ମୂଳ ବର୍ଷ ବଦଳିବ

ନୂଆଦିଲ୍ଲୀ: ଜିଡିପି ଏବଂ ମୁଦ୍ରାସ୍ଫୀତି ଆକଳନର ମୂଳବର୍ଷ ବଦଳିବ। ଜିଡିପି ପାଇଁ ୨୦୧୭-୧୮କୁ ଏବଂ ଖୁଚୁରା ମୁଦ୍ରାସ୍ଫୀତି ପାଇଁ ୨୦୧୮କୁ ମୂଳବର୍ଷ ଭାବେ ନିଆଯିବ। ୨୦୧୯-୨୦ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯାଇପାରେ। ମୂଳବର୍ଷ ପୂର୍ବରୁ ଜିଡିପି ପାଇଁ ୨୦୧୧-୧୨ ଏବଂ ମୁଦ୍ରାସ୍ଫୀତି ପାଇଁ ୨୦୧୨ ରହିଥିଲା। ଏହାଦ୍ୱାରା ଅର୍ଥନୀତି ସଂକ୍ରାନ୍ତରେ ଅଧିକ ବାସ୍ତବ ଛବି ମିଳିପାରିବ ବୋଲି କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରୀ ସଦାନନ୍ଦ ଗୌଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର