ଭୁବନେଶ୍ବର: ତନିସ୍କ ଏହାର ନୂଆ ହୀରା ଗହଣା ସମ୍ଭାର ‘ରିଦିମ୍ସ ଅଫ୍ ରେନ୍’କୁ ଉନ୍ମୋଚନ କରିଛି ଯାହାକୁ ମୌସୁମୀର ବିଭିନ୍ନ ଭାବ ଦ୍ବାରା ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଛି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେଲିବ୍ରିଟି ଲିସା ହେଡେନ୍ ନୂତନ ସମ୍ଭାରକୁ ଉନ୍ମୋଚନ କରିଛନ୍ତି। ଏହି ସମ୍ଭାରରେ ରହିଛି ୧୯ ନେକ୍ଓୟାର ଯାହାକୁ ପ୍ରାକୃତିକ ହୀରା ଓ ରଙ୍ଗିନ ଜେମ୍ଷ୍ଟୋନ୍ରେ ତିଆରି କରାଯାଇଛି। ପଦ୍ମ ପୋଖରୀରେ ବର୍ଷାର ବିନ୍ଦୁ, ବାଦଲ, ମୟୁରର ନାଚ, ବାଦଲ ମଝିରେ ସୂର୍ଯ୍ୟଙ୍କ କୀରଣ ଆଦିରୁ ପ୍ରେରଣା ନେଇ ଗହଣାର ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ବ୍ଲୁ ଟୋପାଜ୍, ତାଞ୍ଜାନାଇଟ୍ସ, ସାଭୋରାଇଟ୍ସ, ଓପାଲ୍ ଓ ସିଟ୍ରାଇନ୍ସ ଭଳି ପ୍ରାକୃତିକ ହୀରା ସହ ପ୍ରିନ୍ସେସ୍, ଏମରାଲ୍ଡ, ପିୟର, ଓଭାଲ୍ ଓ ମାର୍କୁଇଜ୍ ଆଦି ଯୋଡ଼ି ଗହଣାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଏ ସମ୍ପର୍କରେ କଂପାନିର ଡିଜାଇନ୍ ମୁଖ୍ୟ ଅଭିଶେଷ ରସ୍ତୋଗୀ କହିଛନ୍ତି ଯେ ମହିଳା ଓ ସେମାନଙ୍କ ବ୍ୟକ୍ତିତ୍ବକୁ ନଜରରେ ରଖି ଏହି ସମ୍ଭାରକୁ ପରିକଳ୍ପନା କରାଯାଇଛି। ଅଭିଜ୍ଞ କାରିଗରମାନେ ଏହାକୁ ତିଆରି କରିଛନ୍ତି ଓ ପ୍ରତିଟି ଜେମ୍ଷ୍ଟୋନ୍ ଗହଣାର ଶୋଭାକୁ ଆହୁରି ବଢ଼ାଉଛି। ସ୍ବତନ୍ତ୍ର-କଟ୍ ଷ୍ଟୋନ୍ରେ ପ୍ରସ୍ତୁତ ଡିଜାଇନ୍ର ଗହଣାକୁ ଚିରକାଳେ ପିନ୍ଧିହେବ ବୋଲି ସେ କହିଛନ୍ତି।
ତନିସ୍କର ହୀରା ଗହଣା ସମ୍ଭାର ‘ରିଦିମ୍ସ ଅଫ୍ ରେନ୍’
/sambad/media/post_attachments/wp-content/uploads/2022/07/gdagdadagdgdgdgda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)