ଡାକ୍ତରଙ୍କ ଯାଞ୍ଚ ବିନା ଦିବ୍ୟାଙ୍ଗଙ୍କୁ ବୋର୍ଡିଂ ମନା କରିହେବନି

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଗତ ମେ ୭ରେ ଜଣେ ଦିବ୍ୟାଙ୍ଗ ଶିଶୁକୁ ରାଞ୍ଚିରୁ ହାଇଦ୍ରାବାଦକୁ ବିମାନରେ ଯାତ୍ରା କରିବାକୁ ମନା କରିବାରୁ ବିବାଦ ଦେଖାଦେଇଥିଲା। ଏହା ପରେ ଦିବ୍ୟାଙ୍ଗଙ୍କ ଯାତ୍ରା ନେଇ ରହିଥିବା ନିୟମକୁ ସରକାର ବଦଳାଇଛନ୍ତି। ଏୟାରଲାଇନ ଗୁଡ଼ିକ ଦିବ୍ୟାଙ୍ଗଙ୍କୁ ସେମାନଙ୍କ ତରଫରୁ ବିମାନରେ ବୋର୍ଡିଂ କରିବା ପାଇଁ ମନା କରିପାରିବେ ନାହିଁ। ଦିବ୍ୟାଙ୍ଗଙ୍କୁ ଜଣେ ଡାକ୍ତର ଯାଞ୍ଚ କରିବେ ଓ ସେ ଯଦି କହିବେ ସଂପୃକ୍ତ ବ୍ୟକ୍ତିଙ୍କର ଯାତ୍ରା ସମୟରେ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପାରେ ତାହେଲେ ତାଙ୍କୁ ବୋର୍ଡିଂ ପାଇଁ ଅନୁମତି ଦିଆଯିବ ନାହିଁ।

ଯଦି ଏୟାରଲାଇନ ଅନୁଭବ କରେ ତାହେଲେ ସଂପୃକ୍ତ ଯାତ୍ରୀଙ୍କର ପରୀକ୍ଷା ଜଣେ ଡାକ୍ତର ବ୍ୟକ୍ତିଗତ ଭାବେ କରିବେ। ଡାକ୍ତର ପୁଣି ନିର୍ଦ୍ଦିଷ୍ଟ ଭାବେ କହିବେ ଯେ ସଂପୃକ୍ତ ଦିବ୍ୟାଙ୍ଗ ଯାତ୍ରା ପାଇଁ ଉପଯୁକ୍ତ କି ନୁହେଁ। ଡାକ୍ତରଙ୍କ ମତ ପରେ ଏୟାରଲାଇନ୍ ସଂପୃକ୍ତ ବ୍ୟକ୍ତିଙ୍କ ଯାତ୍ରା ସଂପର୍କରେ ଉପଯୁକ୍ତ ନିଷ୍ପତ୍ତି ନେବ। ଯଦି ଯାତ୍ରୀଙ୍କୁ ନେବା ପାଇଁ ମନା କରାଯାଏ ତାହେଲେ ତାଙ୍କୁ ତୁରନ୍ତ ତାହାର କାରଣ ଲିଖିତ ଆକାରରେ ଜଣାଇବାକୁ ହେବ।

ସମ୍ବନ୍ଧିତ ଖବର