ନୂଆଦିଲ୍ଲୀ: ପେଟ୍ରୋଲ୍ ଦାମ୍ ଅପରିବର୍ତ୍ତିତ ରହିଥିବା ବେଳେ ଦ୍ବିତୀୟ ଦିନ ଲାଗି ଡିଜେଲ୍ ଦାମ୍ ବଢ଼ିଛି। ରବିବାର ଡିଜେଲ୍ ମୂଲ୍ୟରେ ୨୫ ପଇସାର ବୃଦ୍ଧି ଘଟିଛି। ଏହା ପୂର୍ବରୁ ତିନି ସପ୍ତାହ ଧରି ତେଲ ଦାମ୍ ଅପରିବର୍ତ୍ତିତ ରହିଥିଲା। ଚଳିତ ମାସ ୫ ତାରିଖରୁ ତେଲ ଦରବୃଦ୍ଧିରେ ଯେଉଁ ବ୍ରେକ୍ ଲାଗିଥିଲା ତାହା ଗତକାଲି ଠାରୁ ହଟି ଯାଇଛି। ତିନି ସରକାରୀ ତେଲ କଂପାନି ସେପ୍ଟେମ୍ବର ୨୪ରୁ ଡିଜେଲ୍ ଦାମ୍ ବଢ଼ାଇବା ଆରମ୍ଭ କରିଛନ୍ତି। ଗତକାଲି ଦାମ୍ ୨୦ ପଇସା ବଢ଼ିବା ପରେ ଆଜି ୨୫ ପଇସା ବଢ଼ିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୭୭.୫୦ ଡଲାରକୁ ବୃଦ୍ଧି ପାଇଛି। ଆମେରିକା ଓ ୟୁରୋପରେ ତେଲ ଷ୍ଟକ୍ ହ୍ରାସ ପାଇବାରୁ ଚାହିଦା ବଢ଼ିଛି। ସେଥିପାଇଁ ଆନ୍ତର୍ଜାତିକ ବଜାରରେ ତେଲ ମହଙ୍ଗା ହୋଇଛି। ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଅଶୋଧିତ ତୈଳ ଦର ୬-୭ ଡଲାର ବଢ଼ିଛି।
ଡିଜେଲ୍ ୨୫ ପଇସା ବଢ଼ିଲା
/sambad/media/post_attachments/wp-content/uploads/2021/06/petrol.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)