ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଆକାଶଛୁଆଁ ସ୍ତରରେ ଥିବାରୁ ପଡ଼ୋଶରୟୀ ଦେଶ ନେପାଳରୁ ଏହାର ଚୋରାଚାଲାଣ ଆରମ୍ଭ ହୋଇଛି। ଟିକସରେ ରହିଥିବା ଭିନ୍ନତା ଯୋଗୁଁ ନେପାଳର ତେଲ କମ୍ ଦାମ୍ରେ ମିଳୁଛି। ନେପାଳରୁ ସ୍ଥଳଭାଗ ଦେଇ ଟ୍ୟାଙ୍କର୍ ଜରିଆରେ ଦେଶ ଭିତରୁ ପେଟ୍ରୋଲ୍ ଓ ଡିଜେଲ୍ର ଚୋରାଚାଲାଣ କରାଯାଉଛି। ଗତ ସପ୍ତାହରେ ଚୋରାଚାଲାଣ କରାଯାଉଥିବା ଏକ ଡିଜେଲ୍ ଟ୍ୟାଙ୍କର୍କୁ ପୁଲିସ ଜବତ କରିଥିଲା। ସେଥିରେ ୧୩୬୦ ଲିଟର ଡିଜେଲ୍ ଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଭାରତର କେତେକ ସ୍ଥାନରେ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କା ସ୍ତର ଅତିକ୍ରମ କରିଛି ଯାହା ଦକ୍ଷିଣ ପୂର୍ବ ଏସିଆରେ ସର୍ବାଧିକ। ଚଢ଼ା ଦର ଯୋଗୁଁ ପେଟ୍ରୋଲ୍ ଓ ଡିଜେଲ୍ର ଚୋରାଚାଲାଣ ଆରମ୍ଭ ହୋଇଥିବା କୁହାଯାଉଛି। ନେପାଳର ତୈଳ ଚାହିଦା ଭାରତ ପୂରଣ କରିଥାଏ। ସେଠାରୁ ବାଲାଂଦେଶ ଓ ଶ୍ରୀଲଙ୍କାକୁ ମଧ୍ୟ ରପ୍ତାନି କରାଯାଏ। ଚୋରାଚାଲାଣ ହୋଇ ଆସୁଥିବା ଟ୍ୟାଙ୍କର୍ରୁ ଲୋକମାନେ କମ୍ ଦାମ୍ରେ ତେଲ ପାଉଛନ୍ତି। ରାସ୍ତା କଡ଼ରେ ଟ୍ୟାଙ୍କର୍ଗୁଡ଼ିକ ଠିଆ ହୋଇ କମ୍ ଦାମ୍ରେ ବିକ୍ରି କରୁଛନ୍ତି।
ନେପାଳରୁ ଚୋରାରେ ଆସୁଛି ଡିଜେଲ୍, ତୈଳ ଦରବୃଦ୍ଧିର କୁପ୍ରଭାବ
/sambad/media/post_attachments/wp-content/uploads/2021/01/Petrol-diesel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)