୯ ଦିନରେ ଡିଜେଲ ୧.୮୭ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶରେ ଗତ ୯ ଦିନ ମଧ୍ୟରେ ପେଟ୍ରୋଲ ଦର ୮ ଥର ବଢ଼ିଛି। ଏହି ସମୟ ମଧ୍ୟରେ ଭୁବନେଶ୍ବରରେ ଲିଟର ପିଛା ପେଟ୍ରୋଲ ଦର ୧ ଟଙ୍କା ୧୪ ପଇସା ଏବଂ ଡିଜେଲ ଦର ୧ ଟଙ୍କା ୮୭ ପଇସା ମହଙ୍ଗା ହୋଇଛି। ଶନିବାର ଭୁବନେଶ୍ବରେ ଲିଟର ପିଛା ପେଟ୍ରୋଲ ଦର ୨୪ ପଇସା ଏବଂ ଡିଜେଲ ଦର ୨୯ ପଇସା ବୃଦ୍ଧି ଘଟି ଯଥାକ୍ରମେ ୮୨ ଟଙ୍କା ୭୪ ପଇସା ଏବଂ ୭୮ ଟଙ୍କା ୫୫ ପଇସାରେ ପହଞ୍ଚିଯାଇଛି।

ଗତ ୨୦ ତାରିଖରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ୫ ଦିନ ବଢ଼ିଲା। ଏହାପରେ ଗୋଟିଏ ଦିନ ପାଇଁ ଗତ ୨୫ ତାରିଖରେ ସ୍ଥିର ଥିଲା। କିନ୍ତୁ ଏହାପରେ ଗତ ୩ ଦିନ ହେଲା କ୍ରମାଗତ ବଢ଼ୁଛି। ଦିଲ୍ଲୀରେ ପେଟ୍ରୋଲ ଦର ଶନିବାର ୮୨ ଟଙ୍କା ଏବଂ ଡିଜେଲ ଦର ୭୨ ଟଙ୍କା ଟପିଯାଇଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ୮୮.୯୧ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ଦର ୭୮ ଟଙ୍କା ୮୬ ପଇସା ଛୁଇଁଛି। ଚେନ୍ନାଇ ଓ କୋଲକାତାରେ ପେଟ୍ରୋଲ ଦର ଯଥାକ୍ରମେ ୮୫ ଟଙ୍କା ୧୨ ପଇସା ଏବଂ ୮୩ ଟଙ୍କା ୬୭ ପଇସା ଛୁଇଁଥିବାବେଳେ ଡିଜେଲ ଦର ଯଥାକ୍ରମେ ୭୭ ଟଙ୍କା ୫୬ ପଇସା ଏବଂ ୭୫ ଟଙ୍କା ୭୦ ପଇସାରେ ପହଞ୍ଚିଛି। ନଭେମ୍ବର ୨୦ ତାରିଖରେ ତୈଳ କମ୍ପାନି ଗୁଡ଼ିକ ପେଟ୍ରୋଲ, ଡିଜେଲ ଦର ବଢ଼ାଇ ଆସୁଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୨୨ ତାରିଖରୁ ପେଟ୍ରୋଲ ଦର ଏବଂ ଅକ୍ଟୋବର ୨ ତାରିଖରୁ ଡିଜେଲ ଦର ବଢ଼ି ନଥିଲା। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଏହାର ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡ଼ିବ।

ସମ୍ବନ୍ଧିତ ଖବର