୬୮ ତଳକୁ ଖସିଲା ଡିଜେଲ

ଭୁବନେଶ୍ବର: ଭୁବନେଶ୍ବରରେ ଆଜି ପେଟ୍ରୋଲ, ଡିଜେଲ ଦର ହ୍ରାସ ପାଇଛି। ଦୀର୍ଘ ମାସ ପରେ ଡିଜେଲ ଦର ୬୮ ଟଙ୍କା ତଳକୁ ଖସିଛି। ଗତକାଲି ତୁଳନାରେ ଆଜି ଡିଜେଲ ଦର ଲିଟର ପିଛା ୩୩ ପଇସା କମି ୬୭ ଟଙ୍କା ୮୫ ପଇସା ରହିଛି। ସେହିଭଳି ପେଟ୍ରୋଲ ଦର ୨୯ ପଇସା ହ୍ରାସ ପାଇ ୬୮ ଟଙ୍କା ୨୬ ପଇସାକୁ କମିଆସିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ଫଳରେ ଦେଶରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଗତ କିଛିମାସ କମୁଛି। ଚଳିତ ମାସ ୨୧ ତାରିଖରେ ଡିଜେଲ ଦର ଭୁବନେଶ୍ବରରେ ୬୯ ଟଙ୍କା ୧ ପଇସା ଥିବାବେଳେ ଏବେ ଏହା ୬୭ ଟଙ୍କା ୮୫ ପଇସାକୁ କମିଯାଇଛି।

ସମ୍ବନ୍ଧିତ ଖବର